ନିର୍ବାଚନୀ ହିଂସା: ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୧୫ ଆହତ, ୩ ଗୁରୁତର

ରାଜ୍ୟରେ ପଂଚାୟତ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ମାହୋଲ ଯେତେ ସରଗରମ ରହିଛି ତାହାରି ମଧ୍ୟରେ ନିର୍ବାଚନୀ ହିଂସା ମଧ୍ୟ ଢେର ଅଧିକ ରହିଛି | ନିର୍ବାଚନକୁ ନେଇ ନିର୍ବାଚନ ବିଗୁଲ ବାଜିବା ଠୁ ରାଜ୍ୟରେ ଅନେକ ସମୟରେ ନିର୍ବାଚନୀ ହିଂସା ଘଟଣା ସାମ୍ନାକୁ ଆସିଛି | ଏହାରି ମଧ୍ୟରେ ରାଜ୍ୟରେ ଦୁଇଟି ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ, ଆସନ୍ତାକାଲି ହେବ ତୃତୀୟ ପର୍ଯ୍ୟାୟ ‘ମତଦାନ | ତେବେ ଏହାରି ମଧ୍ୟରେ ଭଦ୍ରକ ଜିଲ୍ଲା ଧାମରା ମେରାଇନ ଥାନା ଅନ୍ତର୍ଗଚ ଜାଗୁଳା ପଂଚାୟତରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା । ଅଡାବନ୍ଦ ଗାଁରେ ଗ୍ରାମବାସୀମାନେ କୌଣସି ଏକ ନିର୍ଦ୍ଧିଷ୍ଟ ଦଳକୁ ଭୋଟ୍ ନ ଦେବାରୁ ଉତକ୍ଷିତ ହୋଇ ପୂର୍ବତନ ସରପଞ୍ଚ ପ୍ରାର୍ଥୀ ସୁରେଶ ମାହୁନ୍ତ ଓ ତାଙ୍କର ସମର୍ଥକମାନେ ଅନ୍ୟ ଏକ ଦଳର କର୍ମୀମାନଙ୍କୁ ଆକ୍ରମଣ କରିଥିଲେ ।

ଏହି ଆକ୍ରମଣରେ ଉଭୟ ପକ୍ଷରୁ ୧୫ଜଣ ବ୍ୟକ୍ତି ଆହତ ହେବା ସହ ୩ ଜଣ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ପ୍ରଥମେ ଧାମରା ମେଡିକାଲ ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଚାନ୍ଦବାଲି ଏସଡିପିଓ ଓ ମେରାଇନ ଥାନା ଅଧିକାରୀ ପହଞ୍ଚି ସ୍ଥିତି ଉପରେ ନଜର ରଖିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

ଅନ୍ୟପଟେ ନୁଆପଡା ଖଡିଆଳ ସୁନାରିଶିକୁଆରର ସରପଞ୍ଚ ପାର୍ଥୀ ଚୂଳମଣି ବୈଠାରୁ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା | ପରେ ଆଜି ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ସରପଞ୍ଚ ପ୍ରାର୍ଥୀ । ଘରଠାରୁ ୧ କିଲୋମିଟର ଦୂରରେ ହାତ ଗୋଡ ବନ୍ଧା ହୋଇ ଅଚେତ ହୋଇ ପଡିଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କୁ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିିକତ୍ସା ଚାଲିଛି । ।

Related Posts