ତଥ୍ୟଗତ ତ୍ରୁଟି ଦର୍ଶାଇ ପେଟିଏମ୍‌ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ୍‌କୁ ନୂଆ ଗ୍ରାହକ ସୃଷ୍ଟି ନ କରିବାକୁ ନିର୍ଦ୍ଦେଶ ଦେଲେ ଆର୍‌ବିଆଇ

ପେଟିଏମ୍‌ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ୍‌କୁ ଆର୍‌ବିଆଇଙ୍କ ନିର୍ଦ୍ଦେଶ । ପରବର୍ତୀ ନିର୍ଦ୍ଦେଶ ନ ମିଳିବା ଯାଏଁ
ନୂଆ ଗ୍ରାହକ ସୃଷ୍ଟି ନ କରିବାକୁ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)। ଏଥିସହ ଏହି ନିର୍ଦ୍ଦେଶକୁ ତତ୍‌କାଳ ପାଳନ କରିବାକୁ କୁହାଯାଇଛି । ଏହା ସହିତ କଂପାନୀର ଆଇଟି ସିଷ୍ଟମର ବ୍ୟାପକ ଅଡିଟ୍ କରିବା ପାଇଁ ଏକ ଆଇଟି ଅଡିଟ୍ ଫାର୍ମକୁ ନିଯୁକ୍ତ କରିବାକୁ ଆର୍‌ବିଆଇ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାଙ୍କିଙ୍ଗ ରେଗୁଲେସନ ଆକ୍ଟ, ୧୯୪୯ର ଧାରା ୩୫ଏରେ ପ୍ରଦତ୍ତ କ୍ଷମତାର ବ୍ୟବହାର କରି ଆର୍‌ବିଆଇ ଏହି ନିର୍ଦ୍ଦେଶ ଦେଇଛି।

ଆର୍‌ବିଆଇ ପକ୍ଷରୁ କୁହାଯାଇଛି, ଆଇଟି ଅଡିଟ୍ ରିପୋର୍ଟ ଆସିବା ପରେ ତା’ର ସମୀକ୍ଷା କରାଯିବ। ତା’ପରେ ପେଟିଏମ୍‌ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ୍‌କୁ ନୂଆ ଗ୍ରାହକ ସୃଷ୍ଟି କରିବା ପାଇଁ ଅନୁମତି ଦିଆଯିବ କି ନାହିଁ, ତା’ର ବିଚାର କରାଯିବ। ବ୍ୟାଙ୍କରେ ସୃଷ୍ଟି ହୋଇଥିବା କିଛି ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ତେବେ କହି ରଖୁଛୁ, ଏହା ପୂର୍ବରୁ ଗତବର୍ଷ ପେଟିଏମ୍‌ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ୍‌ ଉପରେ ୧ କୋଟି ଟଙ୍କାର ଜୋରିମାନା ଲଗାଇଥିଲା ଆରବିଆଇ। ସିଓଏ ଜାରି କରିବା ପାଇଁ ପେଟିଏମ୍‌ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ୍‌ର ଆବେଦନ ଯାଞ୍ଚ କଲା ବେଳେ ଏହା ଦ୍ୱାରା ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ତଥ୍ୟଗତ ତ୍ରୁଟି ରହିଥିଲା ବୋଲି ଆରବିଆଇ ପକ୍ଷରୁ କୁହାଯାଇଥିଲା । ଫଳରେ ଏହି ତ୍ରୁଟି କୁ ନେଇ ଦଣ୍ଡ ସ୍ବରୂପ ଆର୍‌ବିଆଇ 1 କୋଟି ଟଙ୍କାର ଜୋରିମାନା ଲଗାଇଥିଲେ ।

Related Posts