ଶଙ୍କରାଚାର୍ଯ୍ୟଙ୍କ ବିଷୋଦଗାର

ସତ୍ୟପାଠ ବ୍ୟୁରୋ : ଶ୍ରୀଜଗନ୍ନାଥ ମନ୍ଦିରର ଚୌହଦୀରୁ ଜବରଦଖଲ ହଟାଇବା ଏବଂ ୭୫ ମିଟର ପର୍ଯ୍ୟନ୍ତ ସ୍ଥାନକୁ ନିର୍ମାଣ ମୁକ୍ତ କରି ଖାଲି କରିବା ପ୍ରକ୍ରିୟା ଜାରି ରହିଛି । ଆଜି ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ। ପ୍ରଚୀନ ଏମାର ମଠର ଉଚ୍ଛେଦ କାର୍ଯ୍ୟ ଚାଲିଥିବା ବେଳେ ମହନ୍ତ ମଠ ଛାଡ଼ିବାକୁ ଅରାଜି ହେବା ପରିପ୍ରେକ୍ଷୀରେ ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିଛନ୍ତି ଶଙ୍କରାଚାର୍ଯ୍ୟ।

ସେ ପୁରୀରେ ସାମ୍ବାଦିକମାନଙ୍କୁ କହିଛନ୍ତି, ଶ୍ରୀମନ୍ଦିର ସଂସ୍କାରକୁ ନେଇ ନିଷ୍ପତ୍ତି ଚୂଡ଼ାନ୍ତ କରିବା ପୂର୍ବରୁ ତାଙ୍କର ପରାମର୍ଶ ନେବା ଆବଶ୍ୟକ ଥିଲା। ଶ୍ରୀଜଗନ୍ନାଥ ମନ୍ଦିର ସଂପର୍କିତ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କ ମତାମତ ଗ୍ରହଣ କରିବା ଦରକାର। କିନ୍ତୁ ଏ କ୍ଷେତ୍ରରେ ଏପରି କରାଯାଇ ନାହିଁ। ଏହାକୁ ନେଇ ଶଙ୍କରାଚାର୍ଯ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସେ କହିଛନ୍ତି ଏଭଳି ଅରାଜକତା ବିରୋଧରେ ପଦକ୍ଷେପ ନିଆଯାଉ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ, ସେ ଏହା ବିରୋଧରେ ପଦକ୍ଷେପ ନିଅନ୍ତୁ । ଶଙ୍କରାଚାର୍ଯ୍ୟ ମଠ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ନାଁରେ କରାଯିବା ଅବୈଧ । ଦାସ କମିଶନ ଶ୍ରୀମନ୍ଦିର ସଂସ୍କାର ନିଷ୍ପତ୍ତି ବେଳେ ମୋର ପରାମର୍ଶ ବି ନେଲେ ନାହିଁ । ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରନ୍ତୁ । ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ବିନା ଶ୍ରୀମନ୍ଦିର ସଂସ୍କାର ନିଷ୍ପତ୍ତି ଉଚିତ୍ ହୋଇ ନାହିଁ । ପୁରୀ ଏକ ଧାର୍ମିକ ସ୍ଥଳ, ସେକ୍ୟୁଲାର କରିବାକୁ ଷଡ଼ଯନ୍ତ୍ର କରା ଯାଉଛି । ଧର୍ମ, ଶାସ୍ତ୍ର ଆଧାରରେ ଶ୍ରୀମନ୍ଦିର ପରିଚାଳନା ହେଉ । ପୋପଙ୍କ ସହ ଏଭଳି ଦୁର୍ବ୍ୟବହାର ସମ୍ଭବ କି ଯାହା ଏଠାକାର ଶଙ୍କରାଚାର୍ଯ୍ୟଙ୍କ ସହ ହେଉଛି ।

Related Posts