ଓଡ଼ିଶାରେ ଆଜି ପୁଣି ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ : ଗତ ୨୪ ଘଣ୍ଟାରେ ୧୨,୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ ୨୮ ମୃତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଲକ୍‌ଡାଉନ୍ ଓ ସପ୍ତାହାନ୍ତ ଶଟ୍‌ଡାଉନ୍‌ ଭଳି କଡା ପ୍ରତିବନ୍ଧକ ସତ୍ତ୍ବେ ଗତ ୨୪ ଘଣ୍ଟାରେ ଓଡିଶାରେ ରେକର୍ଡ ସଂଖ୍ୟକ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୧୨,୮୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ ପ୍ରାଣ ହରାଇଛନ୍ତି। ରାଜ୍ୟରେ ଏବେ ସୁଦ୍ଧା ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୧୯୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୬୫୭ ଲୋକାଲ୍ କେସ୍ ଚିହ୍ନଟ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୯୨୩୮୨ ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୮୭୪ ଜଣ, ବାଲେଶ୍ୱରରୁ ୫୦୮ଜଣ, ବରଗଡ଼ରୁ ୪୬୧ଜଣ, ଭଦ୍ରକରୁ ୧୫୧ଜଣ, ବଲାଙ୍ଗୀରରୁ ୨୭୪ଜଣ, ବୌଦ୍ଧରୁ ୩୪୭ଜଣ, କଟକରୁ ୧୦୭୩ ଜଣ, ଦେଓଗଡ଼ରୁ ୧୦୫ଜଣ, ଢେଙ୍କାନାଳରୁ ୪୮୨ଜଣ, ଗଜପତିରୁ ୭୭ଜଣ, ଗଞ୍ଜାମରୁ ୩୪୦ଜଣ, ଜଗତସିଂହପୁରରୁ ୩୦୦ଜଣ, ଯାଜପୁରରୁ ୩୩୭ଜଣ, ଝାରସୁଗୁଡ଼ାରୁ ୩୩୯ଜଣ, କଳାହାଣ୍ଡିରୁ ୬୬୮ଜଣ, କନ୍ଧମାଳରୁ ୧୦୪ଜଣ, କେନ୍ଦ୍ରାପଡ଼ାରୁ ୨୮୫ଜଣ, କେନ୍ଦୁଝରରୁ ୧୮୦ଜଣ, ଖୋର୍ଦ୍ଧାରୁ ୧୯୦୯ଜଣ, କୋରାପୁଟରୁ ୨୭୨ଜଣ, ମାଲକାନଗିରିରୁ ୧୧୪ଜଣ, ମୟୁରଭଞ୍ଜରୁ ୫୮୬ଜଣ, ନବରଙ୍ଗପୁରରୁ ୩୪୪ଜଣ, ନୟାଗଡ଼ରୁ ୩୩୧ଜଣ, ନୂଆପଡ଼ାରୁ ୭୦ଜଣ, ପୁରୀରୁ ୪୭୨ଜଣ, ରାୟଗଡ଼ାରୁ ୧୯୮ଜଣ, ସମ୍ବଲପୁରରୁ ୩୫୫ଜଣ, ସୋନପୁରରୁ ୫୫ଜଣ, ସୁନ୍ଦରଗଗଡ଼ରୁ ୮୪୮ଜଣ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୩୩୩ ଜଣ ରହିଛନ୍ତି । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୧୧୧୮୬୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୭୭୯୮୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଏବେ ସୁଦ୍ଧା ରାଜ୍ୟରେ ୧୧୩୦୮୫୬୪ସାମ୍ପୁଲ ଟେଷ୍ଟ୍ ହୋଇଛି। ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଥିବା ୨୮ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୪୮୪କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ଜଣ, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪ଜଣ ଲେଖାଏଁ ରହିଛନ୍ତି । ଅନୁଗୁଳ , କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ନବରଙ୍ଗପୁର , ପୁରୀ , ରାୟଗଡ଼ା ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । ସେହିପରି ଗଜପତି, ଗଞ୍ଜାମ, ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

Related Posts