ମୋଦି ଜି ଜବାବ ଦିଜିୟେ, କୋଭିଡ ପୁରା ରାଷ୍ଟ୍ରର ସମସ୍ୟା କିନ୍ତୁ ରାଜ୍ୟକୁ ନିଜ ଭରସାରେ ଛାଡ଼ି ଦେଲା କେନ୍ଦ୍ର : ହେମନ୍ତ ସୋରେନ

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : କୋଭିଡ୍ ସଙ୍କଟକୁ କେନ୍ଦ୍ରର ମୋଦୀ ସରକାରକୁ ଟାର୍ଗେଟ କରିଛନ୍ତି ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ସୋରେନ୍ କହିଛନ୍ତି ଯେ କେନ୍ଦ୍ର ସରକାର କରୋନା କୁ “ରାଷ୍ଟ୍ରୀୟ ସମସ୍ୟା” ଭାବରେ ଗ୍ରହଣ କରିବାକୁ ନାରାଜ। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାର ରାଜ୍ୟ ଗୁଡିକର ସମସ୍ୟାକୁ ମଧ୍ୟ ଶୁଣୁ ନାହାନ୍ତି। ଏକ ସାକ୍ଷାତକାରରେ ସୋରେନ ପ୍ରଶ୍ନ କରିଛନ୍ତି ଯେ କୋଭିଡ୍ ମହାମାରୀ ଏକ ରାଷ୍ଟ୍ରୀୟ ସମସ୍ୟା ନା ରାଜ୍ୟ ର ସମସ୍ୟା। ସେ କହିଛନ୍ତି, ” ନା କେନ୍ଦ୍ର ସରକାର ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ସଠିକ୍ ପଦକ୍ଷେପ ନେଉଛନ୍ତି ରାଜ୍ୟ ଗୁଡିକୁ କାମ କରିବାକୁ ଅନୁମତି ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ସୋରେନ୍ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ମେଡିସିନ କିଣିବା ପାଇଁ ଅନୁମତି ଦେଉନଥିବା ହେତୁ ରାଜ୍ୟ ଗୁଡିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ କେନ୍ଦ୍ର ସରକାର COVID-19 ମହାମାରୀର ପରିଚାଳନା ସହ ଜଡିତ ଟିକା, ଅକ୍ସିଜେନ ଏବଂ ମେଡିକାଲ ଉପକରଣ ଭଳି ଜରୁରୀ ସାମଗ୍ରୀ ଆମଦାନୀ କରିବା ଭଳି ଜରୁରୀ ଆବଶ୍ୟକତାର ନିୟନ୍ତ୍ରଣ ନିଜ ପାଖରେ ରଖିଛନ୍ତି।  ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଝାଡଖଣ୍ଡର ଲୋକଙ୍କ ପାଇଁ ସାଢେ ତିନି କୋଟିରୁ ଚାରି କୋଟି ଡୋଜ ଆବଶ୍ୟକ ରହିଛି। କିନ୍ତୁ ଶନିବାର ସୁଦ୍ଧା ତାଙ୍କ ପାଖରେ ୪୦ ଲକ୍ଷ ଡୋଜ ପହଞ୍ଚିଥିବା ସେ କହିଛନ୍ତି। ସେ ମହାରାଷ୍ଟ୍ରର ଉଦାହରଣ ଦେଇ କହିଛନ୍ତି ଯେ, ବିଏମସିର ଏକ ସ୍ବତନ୍ତ୍ର ବଡ ବଜେଟ୍ ରହିଥିବା ହେତୁ ମୁମ୍ବାଇର ଲୋକମାନଙ୍କ ଟୀକାକରଣ ପାଇଁ ସେମାନେ ଗ୍ଲୋବାଲ ଟେଣ୍ଡର କରିପାରିବେ। କିନ୍ତୁ ଝାଡଖଣ୍ଡ ପାଇଁ ଏହା ସମ୍ଭବ ନୁହେଁ। ସୋରେନ କହିଛନ୍ତି ଯେ ଯଦି ସେ ଟିକା କିଣନ୍ତି ତେବେ ରାଜ୍ୟର ଆର୍ଥିକ ସ୍ଥିତି ଯାହା ଟିକା କିଣିଲେ ରାଜ୍ୟ ଦେବାଳିଆ ହୋଇଯିବା। କେନ୍ଦ୍ର ସରକାର ପ୍ରଥମେ ନିଜେ ଟିକା ଯୋଗାଣ କରୁଥିଲେ କିନ୍ତୁ ଏବେ ରାଜ୍ୟକୁ ଟୀକା କିଣିବା ପାଇଁ ଅନୁମତି ଦେଇଛନ୍ତି। କେନ୍ଦ୍ର ସରକାର କାହିଁକି ଝାଡଖଣ୍ଡକୁ ମହାରାଷ୍ଟ୍ର କିମ୍ବା ତାମିଲନାଡୁ ସହିତ କାହିଁକି ତୁଳନା କରୁଛନ୍ତି ବୋଲି ସୋରେନ୍ ପ୍ରଶ୍ନ କରିଛନ୍ତି ?  ପିଏମ୍ କେୟାର ଫଣ୍ଡ୍ କୁ ନେଇ ମଧ୍ୟ ସେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

Related Posts