ଗତ ୭୫ ବର୍ଷ ରେ ରେକର୍ଡ: ଅନ୍ୟ ରାଷ୍ଟ୍ରପତିଙ୍କ ତୁଳନାରେ ବିଡେନ୍ ଙ୍କ ପ୍ରଥମ ୧୦୦ ଦିନରେ ଆମେରିକା ଷ୍ଟକ୍ ମାର୍କେଟ ସବୁଠାରୁ ଭଲ କରିଛି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜେ ପି ମୋର୍ଗାନ ତଥ୍ୟ ଅନୁଯାୟୀ , ଜୋ ବିଡେନ ଆମେରିକାର ରଷ୍ଟ୍ରପତି ହେବାର ପ୍ରଥମ ୧୦୦ ଦିନରେ ଷ୍ଟକ୍ ମାର୍କେଟ ସବୁଠାରୁ ଅଧିକ ଭଲ କରିଛି । ସେ ଗତ ୭୫ ବର୍ଷର ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି । ଶୁକ୍ରବାର ଦିନ ଜନ୍ ନର୍ମାଣ୍ଡଙ୍କ ନେତୃତ୍ୱରେ ଜେ.ପି ମୋର୍ଗାନ ଟିପ୍ପଣକାର ମାନେ, ବିଡେନ ପ୍ରଶାସନର ଉଦଘାଟନୀ ଦିବସ ପର ଠାରୁ ଅଜି ପର୍ଯ୍ୟନ୍ତ ଟାକ୍ସ ପଲିସି ଓ ବଜାର ନିତୀ ଉପରେ ଆଲୋଚନା କରିଥିଲେ । ଟିପ୍ପଣୀକାର କହିଛନ୍ତି , ବିଡେନ ପ୍ରଶାସନର ପ୍ରଥମ ୧୦୦ ଦିନରେ ଫିସିକାଲ ଷ୍ଟିମୁଲସ୍ ଇକ୍ୟୁଟ ରିଟର୍ଣ୍ଣକୁ ସର୍ବୋଚ୍ଚ ସ୍ତରରେ ପହଞ୍ଚାଇଛି । ବିଡେନ ନିର୍ବାଚିତ ହେବା ପର ଠାରୁ S&P ୫୦୦ ରିଟର୍ଣ୍ଣ ୨୫ % ହୋଇଥିବା ବେଳେ ପୂର୍ବତନ ରଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ୧୦୦ ଦିନରେ ଏହା ୧୫ % ରିଟର୍ଣ୍ଣ ଥିଲା । ଜେ.ପି ମୋର୍ଗୋନଙ୍କ ତଥ୍ୟ ସୂଚାଇ ଦେଉଛି ଯେ , ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପର ଠାରୁ ଡେମୋକ୍ରାଟିକ୍ ରଷ୍ଟ୍ରପତିଙ୍କ ହାରାହାରି S&P ୫୦୦ ରିଟର୍ଣ୍ଣ ରିପବ୍ଲିକାନ ରଷ୍ଟ୍ରପତିଙ୍କ ହାରାହାରି ରିଟର୍ଣ୍ଣର ଦୁଇଗୁଣ ଅଧିକ ଥିଲା । ପୂର୍ବରୁ ଏହି ରେକର୍ଡ ରଷ୍ଟ୍ରପତି ଜନ୍‌.ଏଫ୍ .କେନେଡିଙ୍କ ନାମରେ ଥିଲା ,ତାଙ୍କ ପ୍ରଥମ ୧୦୦ ଦିନ କାର୍ଯ୍ୟକାଳରେ ୨୦%ରୁ ଅଧିକ ଇକ୍ୱିଟି ରିଟର୍ଣ୍ଣର ରେକର୍ଡ କରାଯାଇଥିଲା । ଜେ.ପି ମୋର୍ଗାନ କହିଛନ୍ତି , ଶପଥ ଗ୍ରହଣ ପରଠାରୁ ବିଡେନଙ୍କ ନିତୀ ବଜାର ପାଇଁ ଲାଭଦାୟକ ଥିବାବେଳେ ପ୍ରସ୍ତାବିତ ନିତୀ ଗୁଡିକ ଆଉ ବଜାରକୁ ସୁହାଇବ ନାହିଁ । ବିଡେନ ଧନୀ ଆମେରିକୀୟ ମାନଙ୍କ ପାଇଁ କ୍ୟାପିଟାଲ ଗେନ୍ସ ଟାକ୍ସ ହାରକୁ ୪୩.୪ % କୁ ବୃଦ୍ଧି କରିବାକୁ ଯୋଜନା କରୁଥିବା କୁହାଯାଉଛି । ମୋର୍ଗାନଙ୍କ ଟିମ୍ କହିଛି ଟିକସ ବୃଦ୍ଧି ଦ୍ୱାରା ରୋଜଗାର ହ୍ରାସ ପାଇବ । ବିଶ୍ଲେଷକ ମାନେ କହିଛନ୍ତି , ୨୦୨୦ ଅଭିଯାନ ପର ଠାରୁ ଏକ ଉଚ୍ଚ କପର୍ପୋରେଟ ରେଟ୍ ହାରାହାରି S&P ୫୦୦ EPS କୁ ଅନେକ ଡଲାରର ମୂଲ୍ୟ କୁ ହ୍ରାସ କରପାରେ । ମୋଟ ଉପରେ ବିଶ୍ଲେଷକ ମାନେ କହିଛନ୍ତି , ବିଡେନଙ୍କ ଟିକସ ନୀତି ଷ୍ଟକ ବଜାରରେ ଅବନ୍ନତି ପରିବେର୍ତ୍ତ ବଜାରରେ ସୁଧାର ଆଣିବ।

Related Posts