ଫେକ୍ ଟୁଇଟର ପାଇଁ ଏଫ ଆଇ ଆର ଦର୍ଜ କଲେ ମୁଖ୍ୟ ଵିଚାରପତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବରେ ନୂତନ ରୂପେ ଦାୟିତ୍ୱ ନେଇଥିବା ଏନ.ଭି ରାମନାଙ୍କ ନାମରେ ସୋସିଆଲ ମିଡ଼ିଆ ରେ ଏକ ଫେକ ଟ୍ୱିଟର ଆକାଉଣ୍ଟ ଦେଖିବାକୁ ମିଳିଛି। ଭାରତର ପ୍ରଧାନ ବିଚାରପତି ଏନ.ଭି ରାମନା ଏହି ବିଷୟରେ ପୁଲିସରେ ଅଭିଯୋଗ କରିବା ପରେ ସେହି ଆକାଉଣ୍ଟକୁ ବନ୍ଦ କରାଯାଇଛି। ନକଲି ଟ୍ୱିଟର ହ୍ୟାଣ୍ଡେଲଟି – @ NVRamanna ନାମରେ କାର୍ଯ୍ୟକ୍ଷମ ଥିଲା । ସେଥିରେ ୫୮୦୦ ରୁ ଅଧିକ ଅନୁସରଣ କରିଥିଲେ ବର୍ତମାନ ସେହି ଟ୍ୱିଟରଆକାଉଣ୍ଟ ଡିଲେଟ କରାଯାଇଛି। ଏଥିରେ ଆରମ୍ଭରୁ ୯୮ଟ୍ୱିଟ କରାଯାଇଛି।ଏକ ଡିଲେଟ ଟ୍ୱିଟରେ ଲେଖାଥିଲା ଭାରତକୁ ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀ, ବିଶେଷ କରି ଦେଶରେ କୋଭିଶିଲ୍ଡ ଟିକା ଉତ୍ପାଦନ ବୃଦ୍ଧି ପାଇଁ କଞ୍ଚାମାଲ ସାହାଯ୍ୟ କରିବାକୁ ଆମେରିକା ନିଷ୍ପତି ନେଇଛି ଏହା କେବଳ ଅଜିତ ଡୋଭାଲଙ୍କ କୂଟନୀତିକ କାରଣରୁ ସମ୍ଭବ। ଗତ ଶନିବାର ଦିନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଉପସ୍ଥିତିରେ ରାଷ୍ଟ୍ରପତି ଭବନରେ କରୋନ ପାଇଁ ଏକ ଛୋଟ ସମାରୋହରେ ୪୮ ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ। ଏହି ସମାରୋହରେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଉପସ୍ଥିତ ଥିଲେ।ରାମନା ୨୬ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ଦେଶର ସର୍ବୋଚ୍ଚ ବିଚାରପତି ରହିବେ।

Related Posts