‘ଜିଲ୍ଲାୱାରୀ ମେରିଟ୍ ଲିଷ୍ଟ ଅନୁସାରେ ନିଯୁକ୍ତି ଦିଅ’: କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୮/୬(ସତ୍ୟପାଠ ବ୍ୟୁରୋ):  କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ । ମେରିଟ ଲିଷ୍ଟ ଅନୁସାରେ ଜିଲ୍ଲାୱାରୀ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ହାଇକୋର୍ଟରେ ଏହି ମାମଲାରେ ୨ ଜଣିଆ ଖଣ୍ଡପୀଠକୁ ନେଇ ଏହି ମାମଲାର ବିଚାର ଚାଲିଥିଲା ଏବଂ ବିଚାର ଶେଷ ହୋଇ ରାୟ ସଂରକ୍ଷିତ ଥିଲା । ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି ।

ପୂର୍ବରୁ ଏହି ମାମଲାର ବିଚାର କରି ଜଣିକିଆ ଖଣ୍ଡପୀଠରେ ଯେଉଁ ଶୁଣାଣୀ ହୋଇଥିଲା ତାକୁ ଚ୍ୟାଲେଞ୍ଜ କରି ପୁନଃ ବିଚାର କରିବାକୁ ଅପିଲ କରିଥିଲେ ପରୀକ୍ଷାର୍ଥୀ । କିନ୍ତୁ ଓସେପା ଦ୍ୱାରା ଜାରି ହୋଇଥିବା ମେରିଟ ଲିଷ୍ଟକୁ ଆଧାର କରି କନିଷ୍ଠ ଶିକ୍ଷକ ନିଯୁକ୍ତି ହେବ ବୋଲି ରାୟ ଦେଇଛନ୍ତି ହାଇକୋର୍ଟ । ଅର୍ଥାତ ଓସେପାର ମେରିଟ ଲିଷ୍ଟ ଅନୁସାରେ ଶିକ୍ଷକ ନିଯୁକ୍ତି ହେବ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ ।

Related Posts