ନାବାଳିକାକୁ ଦୁର୍ବ୍ୟବହାର ଅଭିଯୋଗରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା, ଘଟଣାରେ ଜଣେ ଗିରଫ ଅନ୍ୟ ମାନଙ୍କୁ ଖୋଜୁଛି ପୁଲିସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜଣେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରିଛନ୍ତି ୭ରୁ ଅଧିକ ଲୋକ। ତେବେ ବୃଦ୍ଧ ଜଣକ ଗ୍ରାମର ଜଣେ ନାବାଳିକାଙ୍କୁ ଦୁର୍ବ୍ୟବହାର କରିବା କରିବା ଅଭିଯୋଗରେ ଏଭଳି ହତ୍ୟାକାଣ୍ଡ ଘଟିଥିବା ଜଣା ପଡିଛି। ମୃତ ବୃଦ୍ଧ ଜଣଙ୍କ ଗାଁରେ ଭିକ୍ଷା ବୃତି କରି ଚଳୁଥିଲେ । ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଅନନ୍ତନଗର ଗାଁରେ ଏପରି ଜଘନ୍ଯ ହତ୍ୟାକାଣ୍ଡ ଘଟିଛି।ସୂଚନା ଅନୁସାରେ, ଅନନ୍ତନଗର ଗାଁରେ ଘଟିଥିବା ଏହି ହତ୍ୟାକାଣ୍ଡରେ ମୃତ ବୃଦ୍ଧଙ୍କ ପରିଚୟ ମିଳିଛି ସେ ହେଉଛନ୍ତି ବନ୍ଧାଗୁଡା ଗାଁର ତ୍ରିନାଥ ପାତ୍ର। କିଛିଦିନ ତଳେ ଅନନ୍ତନଗର ଗାଁର କିଛି ଲୋକ ବୃଦ୍ଧ ତ୍ରିନାଥଙ୍କୁ ଧରି ମାଡ ମାରି ହତ୍ୟା କରିଥିଲେ । ଆଉ ଏହି ଘଟଣାକୁ ଲୁଚାଇବା ପାଇଁ ଗାଁର ଶେଷ ମୁଣ୍ଡରେ ଥିବା କାଜୁ ଜଙ୍ଗଲରେ ପୋତି ଦେଇଥିଲେ।

ସେପଟେ ଏହି ହତ୍ୟାକାଣ୍ଡ ଘଟଣା ଜଣାପଡ଼ିବା ପରେ ଆଜି ସକାଳୁ ସକାଳୁ ଆସିକା ଏସଡିପିଓଙ୍କ ନେତୃତ୍ୱରେ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ମାଟି ତଳୁ ପୋତା ଯାଇଥିବା ଶବକୁ ଜବତ କରିଛି। ଏହାପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ ଜଣକୁ ଗିରଫ ମଧ୍ୟ କରିଛି। ତେବେ ଏହି ହତ୍ୟାକାଣ୍ଡ ପଛରେ ସାତ ଜଣରୁ ଅଧିକ ଲୋକ ସାମିଲ ସୂଚନା ମିଳିଛି। ଖୁବ୍ ଶୀଘ୍ର ତଦନ୍ତ କରି ସମସ୍ତ ଅପରାଧୀ ଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି।

Related Posts