ଘରେ ପୋଷା କୁକୁର ରଖିବାକୁ ହେଲେ ବିଏମ୍‌ସିରେ ପଞ୍ଜୀକରଣ ବାଧ୍ୟତାମୂଳକ, ଖୁବଶିଘ୍ର ଜାରିହେବ ଏସ୍‌ଓପି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ):ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଏଣିକି ଘରେ କୁକୁର ରଖିବାକୁ ଚାହୁଁଥିଲେ ପ୍ରଥମେ ବିଏମ୍‌ସି ପାଖରେ ପଞ୍ଜୀକରଣ କରିବାକୁ ହେବ । ନଚେତ୍‌ ଘରେ କୁକୁର ରଖିବାକୁ ଅନୁମତି ମିଳିବନାହିଁ । ଖୁବ୍‌ଶୀଘ୍ର ଏ ନେଇ ବିଏମସି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟୋର (ଏସ୍‌ଓପି) ଜାରିକରିବ। ଏନେଇ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।

ଇନ୍‌ଫୋସିଟି ଅଞ୍ଚଳରେ ପୋଷା କୁକୁର ରଖିବାକୁ ନେଇ ତୁମୁଳକାଣ୍ଡ ହେବା ପରେ ବିଏମ୍‌ସି ନୂଆ ଗାଇଡଲାଇନ୍‌ ଆଣିବାକୁ ଯାଉଛି । ପୋଷା କୁକୁର ରଖିବା ପାଇଁ ପଞ୍ଜୀକରଣଠାରୁ ନେଇ କୁକୁରଙ୍କ ମଳତ୍ୟାଗ, ସେମାନଙ୍କୁ ବାହାରେ ବୁଲାଇବା ପାଇଁ ଆବଶ୍ୟକ ନିୟମ ଧାର୍ଯ୍ୟ କରାଯିବ । କୁକୁରଙ୍କୁ ନିୟମିତ ଟିକାକରଣ ସହ ସେମାନଙ୍କ ଖାଦ୍ୟପେୟ ଓ ସ୍ୱାସ୍ଥ୍ୟଗତ ଦିଗକୁ ମଧ୍ୟ ବିଚାରକୁ ନେଇ ଗାଇଡଲାଇନ୍‌ରେ ବ୍ୟବସ୍ଥା ରହିବ । କେଉଁ କେଉଁ ସର୍ବସାଧାରଣ ସ୍ଥାନକୁ ପୋଷା କୁକୁରଙ୍କୁ ନେଇହେବ ଓ ଏଥିପାଇଁ କ’ଣ ସହୁ ନିୟମ ରହିବ ତାହା ବି ଏସ୍‌ଓପିରେ ରଖାଯିବ ।

Related Posts