ରିଲାକ୍ସ ଆମେ ଏବେ ଭାରତରେ ବିଶ୍ଵକପ୍ ଜିତିବୁ: ସୋଏବ ଅଖତାର

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍ ୨୦୨୨ର ବିଜୟ ମୁକୁଟ ପିନ୍ଧିବାର ସ୍ବପ୍ନ ପାକିସ୍ତାନର ଧୂଳିସାତ ହୋଇଯାଉଛି । ପାକିସ୍ତାନର ଇଚ୍ଛା ଇଚ୍ଛାରେ ହିଁ ରହି ଯାଇଛି । ଇଂଲଣ୍ଡ ଟି-୨୦ ବିଶ୍ଵ କପ୍ ୨୦୨୨ର ଫାଇନାଲ୍‌ରେ ପାକିସ୍ତାନକୁ ହରାଇ ଦ୍ଵିତୀୟ ଥର ଚାମ୍ପିଅନ ହୋଇଛି।

ଇଂଲଣ୍ଡ ୨୦୧୦ରେ ଓ୍ଵେଷ୍ଟଇଣ୍ଡିଜରେ ପଲ୍ କଲିଙ୍ଗଉଡଙ୍କ ନେତୃତ୍ଵରେ ପ୍ରଥମ ଟି-୨୦ ବିଶ୍ଵ କପ୍ ଟାଇଟଲ୍ ଜିତିଥିଲା। ଏବେ ପାକିସ୍ତାନକୁ ୫ ଓ୍ଵିକେଟ୍‌ରେ ହରାଇ ଦ୍ଵିତୀୟ ଥର ଟି-୨୦ ଚାମ୍ପିଅନ ହୋଇଛି ଇଂଲଣ୍ଡ। ଆଉ ପାକିସ୍ତାନର ଦ୍ଵିତୀୟ ଟି-୨୦ ବିଶ୍ଵ କପ୍ ଜିତିବାର ସ୍ଵପ୍ନ ଧୂଳିସାତ ହୋଇଛି।

ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର ଅଭିଯାନ ଉତଥାନ-ପତନ ରହିଥିଲା। ସୁପର-୧୨ରେ ପ୍ରଥମ ଦୁଇଟି ମ୍ୟାଚ୍‌ ହାରିବା ପରେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରେ ବାଦ୍ ପଡିବାର ଦ୍ଵାର ଦେଶରେ ପହଞ୍ଚି ଯାଇଥିଲା। ଦଳକୁ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡିଥିଲା। ସୋଏବ ଅଖତାର ମଧ୍ୟ ଖୁବ୍ ବର୍ଷିଥିଲେ। ମାତ୍ର ଫାଇନାଲ୍ ମ୍ୟାଚ୍ ହାରିବା ପରେ ସୋଏବ କହିଛନ୍ତି, ନିରାଶ ନିଶ୍ଚୟ ହୋଇଛି, ମାତ୍ର ଦଳର ପ୍ରଦର୍ଶନ ନେଇ ଗର୍ବ ଅନୁଭବ କରୁଛି। ଦଳକୁ ସମର୍ଥନ କରିବା ସହିତ କହିଛନ୍ତି ଯେ, ଆମେ ୨୦୨୩ରେ ଭାରତରେ ବିଶ୍ଵ କପ୍ ଜିତିବୁ। ଆସନ୍ତାବର୍ଷ ଭାରତରେ ଦିନିକିଆ ବିଶ୍ଵ କପ୍ ଖେଳାଯିବ।

ସୋଏବ ଅଖତାର ଟ୍ଵିଟରରେ ଭିଡିଓ ପୋଷ୍ଟ କରି କହିଛନ୍ତି, ଆପଣମାନେ ଭଲ ଖେଳିଲେ। ଆପଣ ଟୁର୍ଣ୍ଣାମେଣ୍ଟରୁ ବିଦା ହେବାର ନିକଟତର ଥିଲେ, ମାତ୍ର ତଥାପି ଫାଇନାଲ୍ ଖେଳିଲେ। ପାକିସ୍ତାନର ବୋଲିଂ ୟୁନିଟ୍ ପୁରା ବିଶ୍ଵ କପ୍‌ରେ ଭଲ ପ୍ରଦର୍ଶନ କରିଛି। କିଛି ଭାଗ୍ୟ ଆମ ସପକ୍ଷରେ ଥିଲା ଏବଂ ଦଳ ଫାଇନାଲ୍‌ ଖେଳି ପାରିଛି। ଶାହିନ ଶାହ ଆହତ ହେବା ଟର୍ଣ୍ଣିଂ ପଏଣ୍ଟ ଥିଲା, ତଥାପି ଠିକ୍ ଅଛି। ଏବେ ଏଠାରୁ ଆମେ ଆପଣଙ୍କୁ ତଳକୁ ଖସିବାକୁ ଦେବୁନି।

ଅଖତର କହିଛନ୍ତି, ବେନ ଷ୍ଟୋକ୍ସ ଟି-୨୦ ବିଶ୍ଵ କପ୍ ୨୦୧୬ ଫାଇନାଲ୍‌ରେ ଚାରି ଛକା ଖାଇଥିଲେ ଏବଂ ଏହି କାରଣରୁ ଇଂଲଣ୍ଡ ପରାଜୟ ଭୋଗିଥିଲା। ଆଜି ଦଳକୁ ବିଶ୍ଵ କପ୍ ଜିତାଇ ସେ ଏଥିରୁ ତ୍ରାହି ପାଇଛନ୍ତି। ପାକିସ୍ତାନ ଦଳ ମୁଁ ଆପଣଙ୍କ ସହିତ ରହିଛି। ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ମୁଁ ନିରାଶ ଏବଂ ଦୁଃଖିତ, ମାତ୍ର ଠିକ୍ ଅଛି। ଜଣେ ଦେଶ ଭାବେ ଆମେ ଆପଣଙ୍କ ସହ ଛିଡା ହୋଇ ରହିଛୁ। ରିଲାକ୍ସ ଆମେ ଏବେ ଭାରତରେ ବିଶ୍ଵକପ୍ ଜିତିବୁ

Related Posts