ମିଡିଆ ଟ୍ରାଏଲର ଛାଟ: ଦିଲ୍ଲୀ ହାଇକୋର୍ଟରେ ଭୁଲ ମାଗିଲେ ଅର୍ଣ୍ଣବ ଗୋସ୍ବାମୀ

ଭୁବନେଶ୍ୱର,୨୭/୫(ସତ୍ୟପାଠ ବ୍ୟୁରୋ): ଏକ ତରଫା କଭରେଜ୍ ପାଇଁ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଲାଗିଛି ହାଇଭୋଲଟେଜ୍ ଝଟକା। ଦିଲ୍ଲୀ ହାଇକୋର୍ଟରେ ନିସର୍ତ କ୍ଷମା ମାଗିଲେ ଅର୍ଣବ| ନୋବେଲ ବିଜେତା ଆର କେ ପଚୌରୀଂକ ବିରୋଧରେ ଅର୍ଣବ କରିଥିଲେ ମାନହାନୀ ସୂଚକ ଖବର। ଏବେ ଦିଲ୍ଲୀ ହାଇକୋର୍ଟରେ ଭୁଲ ସ୍ବୀକାର କରିଛନ୍ତି ଅର୍ଣବ।

ଅଦାଲତି ଛାଟରୁ ଅଳ୍ପକେ ବର୍ତି ଯାଇଛନ୍ତି ରିପବ୍ଲିକ ଟିଭିର ଏଡିଟର ଇନ୍ ଚିଫ୍ ଅର୍ଣବ ଗୋସ୍ବାମୀ । ଷ୍ଟୁଡିଓରେ ବସି ମିଡିଆ ଟ୍ରାଏଲ କରିବା ଅର୍ଣବଂକ ପାଇଁ ମହଂଗା ପଡିଛି। ଶେଷରେ ଦଣ୍ଡାଦେଶରୁ ବଂଚିବା ପାଇଁ ଅର୍ଣବଂକୁ କୋର୍ଟରେ ନିସର୍ତ କ୍ଷମା ମାଗିବାକୁ ପଡିଛି।
ମାମଲାଟି ହେଉଛି, ୨୦୦୭ର ନୋବେଲ ଶାନ୍ତି ପୁରସ୍କାର ବିଜେତା ରାଜେନ୍ଦ୍ର କୁମାର ପଚୌରୀ ବା ଆର କେ ପଚୌରୀଂକ ବିରୋଧରେ ୨୦୧୬ ରେ ଏକ ଯୌନ ଉତ୍ପୀଡନ ମାମଲାର ରିପୋର୍ଟିଂ ବେଳେ ଅର୍ଣବ ତୃଟିପୂର୍ଣ ଏବଂ ମାନହାନୀ ସୂଚକ ବ୍ୟକ୍ତିଗତ ଆକ୍ଷେପ ସହ ଖବର ପରିବେଷଣ କରିବା ଅଭିଯୋଗ ହୋଇଥିଲା। ଏହି ମାମଲାର ଶୁଣାଣୀ କରି ମାନ୍ୟବର ଦିଲ୍ଲୀ ହାଇକୋର୍ଟ ରୀୟ ଦେଇଛନ୍ତି।

ଶୁଣାଣୀ ବେଳେ ଅର୍ଣବଂକ ରିପୋର୍ଟିଂ ଦୀୟୀତ୍ବହୀନ ଏବଂ ମାନହାନିସୁଚକ ଥିଲା ଅଭିଯୋଗ ହୋଇଥିଲା। ଅଦାଲତ ଦ୍ବାରା ଦଣ୍ଡିତ ହେବାର ଆଶଂକା ଥିବାରୁ ଚୂଡୀନ୍ତ ରାୟ ପ୍ରକାଶ ପାଇବାପୂର୍ବରୁ ଅର୍ଣବ ଅଦାଲତରେ ନିସର୍ତ କ୍ଷମା ପ୍ରାର୍ଥନା କରିଥିଲେ। ଭୁଲ ସ୍ବୀକାର କରିବା ପରେ ମୀନ୍ୟବର ଅଦାଲତ ଅର୍ଣବଂକୁ ଛାଡିଦେଇଛନ୍ତି ।

ସୁଚନା ଯୋଗ୍ୟ, ଆର କେ ପଚୌରୀଂକର ୨୦୨୦ ଫେବୃଆରୀରେ ମୃତ୍ୟୁ ହୋଇଯାଇଛି|

Related Posts