ଓଡିଶାରେ ରେମଡେସିଭର ସଙ୍କଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର ; ଓଡିଶାରେ ରେମଡେସିଭରର ସଙ୍କଟ ଦେଖିବାକୁ ମିଳିଛି । ଅଜି ଏନେଇ ଡ୍ରଗ୍ସ କେଣ୍ଟ୍ରାଲର ଅନ୍ନଦାଶଙ୍କର ଦାସ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ମୁତାବକ , କରୋନା ରୋଗୀଙ୍କ ପାଇଂ ଏହାର ବହୁତ ଆବଶ୍ୟକତା ରହୁଛି । ତେବେ ଏହାର ବିତରନ କେନ୍ଦ୍ର ସରକାର କରୁଛନ୍ତି । ଏପ୍ରିଲ ୨୧ ରୁ ୩୦ ତାରିଖ ମଧ୍ୟରେ ୨୧ ହଜାର ଭଏଲ ଦେବାକୁ କେନ୍ଦ୍ର କହିଥିବା ବେଳେ ପ୍ରତିଦିନ କିଛି କିଛି ପରିମାଣର ରେମଡସିଭର ଅସୁଛି । ଗତକାଲି ରାଜ୍ୟରେ ଦୁଇ ହଜାର ଭଏଲ ରେମଡିସଭରର ଆବଶ୍ୟକତା ଥିବାବେଳେ ମାତ୍ର ୯୨ ଭଏଲ ମିଳିଥିଲା । ଏହା କେବଳ ଘରୋଇ ହସ୍ପିଟାଲକୁ ଦିଆଯାଉଥିବା ବେଳେ ସରକାରୀ ଡାକ୍ତରଖାନା ଗୁଡିକୁ ରାଜ୍ୟ ଔଷଧ ନିୟମ ଯୋଗାଇଦେବ । କିନ୍ତୁ ଘରୋଇ ମେଡିସିନ୍ ଦୋକାନ ଗୁଡିକ ଏହା ରଖିପାରିବେ ନାହିଁ । ତେବେ କରୋନା ମୁକାବିଲାରେ ସହାୟକ ହେଉଥିବା ଅନ୍ୟ ଏକ ମେଡିସିନ୍ ଫାବିପ୍ଲାର ଅଭାବ ନଥିବା ଶ୍ରୀଯୁକ୍ତ ଦାସ କହିଛନ୍ତି । ରାଜ୍ୟରେ ଫାବିପ୍ଲା ବିକ୍ରି କରିବାକୁ ୧୧୨୦ ଦୋକାନ ଚିହ୍ନଟ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ୪୦ ଟି ଦୋକାନ ଚିହ୍ନଟ କରାଯାଇଛି । ଏପଟେ ମେ ପହିଲାରୁ ସାବାଳକଙ୍କୁ ଅରମ୍ଭ ହେବାକୁ ଥିବା ଟିକାକରଣ ପ୍ରକ୍ରିୟା ବିଳମ୍ବ ହୋଇପାରେ । କାରଣ ବର୍ତ୍ତମାନ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଟିକା ମହଜୁଦ୍ ନଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Related Posts