
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ତୃତୀୟ ପାର୍ଯ୍ୟାୟ ଟିକା କରଣ ପାଇଁ ଆସନ୍ତାକାଲି ଠାରୁ ପଞ୍ଜୀକରଣ ଆରମ୍ଭ ହେବାକୁ ଯାଉଛି ।୧୮ ରୁ ୪୫ ବର୍ଷର ନାଗରିକ ମାନେ କୋଇନ ପୋଟାଲକୁ ଯାଇ ନିଜର ନାମ ପଞ୍ଜୀକରଣ କରିପାରିବେ । କିନ୍ତୁ ଏହି ପ୍ରକ୍ରିୟା ଏବେ ସମ୍ପୂର୍ଣ ହେବ ନାହିଁ । କାରଣ ଏବେ ପର୍ଯ୍ୟାପ୍ତ ପରିମାଣରେ ଟୀକା ମହଜୁଦ ନାହିଁ | ଟିକା ଯେତେବେଳେ ଉପଲବ୍ଧ ହେବ ତାପରେ ଯାଇ ପୋଟାଲ ମାଧ୍ୟମରେ ପଞ୍ଜିକରଣ କୁ ଅନୁମତି ଦିଆଯିବ । ଏବଂ ପରେ ପଞ୍ଜିକୃତ ହୋଇଥିବା ୧୮ ରୁ ୪୫ ବର୍ଷର ନାଗରିକ ମାନେ ତାଙ୍କର ପଞ୍ଜିକରଣ ଅନୁସାରେ ଟିକା ନେଇ ପାରିବେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି | ଆହୁରି କହିଛନ୍ତି ଆମେ ଗତକାଲି କୋଭିସିଲିଡ଼ ଟିକା ପାଇଁ ଚିଠି ଲେଖିଛୁ । ସମ୍ପ୍ରତି ଯେତିକି ପରିମାଣରେ ଟିକା ଗଛିତ ଅଛି ତାହା ମାତ୍ର ୨ ରୁ ୩ ଦିନ ଭିତରେ ଶେଷ ହୋଇଯିବ । ୫୯୫ କେନ୍ଦ୍ରରେ ଗତକାଲି ଟିକାକରଣ ସମ୍ପର୍ଣ ହୋଇଛି । ୮୮ହଜାର ୭୭୦ ଜଣଙ୍କୁ ଟିକା ଦିଆହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୫୬ ଲକ୍ଷ ୩୯ ହଜାର ୧୫୦ ଡୋଜ ଦିଆଯାଇଛି ।୬୦୦ ଟି କେନ୍ଦ୍ରରେ ଆଜି ଟିକାକରଣ ଚାଲିଛି । ସମୁଦାୟ ରାଜ୍ୟରେ କୋଭାକସିନ ଟିକା ୩ ଲକ୍ଷ ୬୫ ହଜାର ଥିବାବେଳେ , ୧.୨୩ କୋଭିସିଲିଡ଼ ଟିକା ରହିଛି । ସୂଚନାଯୋଗ୍ୟ ବିଭିନ୍ନ ରାଜ୍ୟ ମାଗଣା ଟିକା ଘୋଷଣା କରିବା ପରେ ଗତ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ନାଗରିକମାନଙ୍କୁ ମେ ପହିଲାରୁ ନିଶୁକ୍ଲ ଟୀକା ଦେବାପାଇଁ ଘୋଷଣା କରିଥିଲେ | ରାଜ୍ୟର ୨ କୋଟି ଜନ ସାଧାରଣ ଏହା ଦ୍ୱାରା ସିଧାସଳଖ ଉପକୃତ ହେବ ବୋଲି କହିଥିଲେ | ଏଥି ପାଇଁ ରାଜକୋଷରୁ ୨୦୦୦ କୋଟି ତାଙ୍କ ବ୍ୟୟ ହେବ | କିନ୍ତୁ ଘରେ ନପଶୁଣୁ ଚାଳ ବାଜିବା ଭଳି ଟୀକା ମହଜୁଦ ନଥାଇ ଏହା କିପରି ସମ୍ଭବ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି