ବଦଳିବ ଦିଲ୍ଲୀର ଐତିହାସିକ ରାଜପଥ୍ ଓ ସେଣ୍ଟ୍ରାଲ ଭିସ୍ତା ଲନର ନାଁ: ହେବ ‘କର୍ତ୍ତବ୍ୟ ପଥ’

ନୂଆଦିଲ୍ଲୀ : ଦିଲ୍ଲୀର ଐତିହାସିକ ରାଜପଥ୍ ଓ ସେଣ୍ଟ୍ରାଲ ଭିସ୍ତା ଲନର ନାଁ ବଦଳିବ । ନାଁ ବଦଳି କର୍ତ୍ତବ୍ୟ ପଥ ହେବ ।

ନୌସେନାର ପତାକାରେ ଥିବା କିଙ୍ଗସ କ୍ରସ୍ ହଟାଇବାର କିଛି ଦିନ ପରେ ହିଁ ବିଜେପି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ବିଜେପି ନିୟନ୍ତ୍ରଣରେ ଥିବା ନୂଆଦିଲ୍ଲୀ ମୁନିସପାଲ କାଉନସିଲ (ଏନଡିଏମସି) ବୈଠକରେ ଏ ନେଇ ଏକ ପ୍ରସ୍ତାବ ଆଗତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ପ୍ରସ୍ତାବ ଆଗତ କରିବାକୁ ଆସନ୍ତା ୭ ତାରିଖରେ ଏକ ସ୍ବତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଛି ।

ରାଜପଥର ନାମକରଣ କିପରି ହେଲା ?

ରାଜପଥକୁ ବ୍ରିଟିଶ ସରକାର ସମ୍ରାଟ ୫ମ ଜର୍ଜଙ୍କ ସମ୍ମାନରେ ନାମିତ କରାଯାଇଥିଲା । ଏହାର ମୂଳ ନାମ ଥିଲା କିଙ୍ଗସ ଓ୍ବେ, ଯାହାର ଅନୁବାଦ ହେବ ‘ରାଜପଥ’ । ୧୯୧୧ରେ ବ୍ରିଟିଶ ସରକାର ନୂଆଦିଲ୍ଲୀକୁ ବ୍ରିଟିଶ ଭାରତର ରାଜଧାନୀ କରିବା ପରେ ୫ମ ଜର୍ଜ ଭାରତ ଆସିଥିଲେ । ତାଙ୍କ ସମ୍ମାନରେ ଏହି ରାସ୍ତାର ଏପରି ନାମକରଣ ହୋଇଥିଲା । ସ୍ବାଧୀନତା ପରେ କିଙ୍ଗସଓ୍ବେର ନାମକୁ ଅନୁବାଦ କରି ରାଜପଥ କରାଗଲା । ଏବେ ମୋଦୀ ସରକାର ଏହାର ନାମକୁ ବଦଳେଇ ‘କର୍ତ୍ତବ୍ୟ ପଥ’ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Related Posts