ବିଭିନ୍ନ ସ୍ଥାନରେ ଗଣତନ୍ତ୍ର ଦିବସ ପାଳିତ

ସତ୍ୟପାଠ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ୭୦ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଛି । ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଆୟୋଜିତ ରାଜ୍ୟ ସ୍ତରୀୟ ପରେଡରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଉପସ୍ଥିତ ରହି ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ । ସେହିଭଳି କଟକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।

ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ଜିଲ୍ଲା ସ୍ତରୀୟ ଗଣତନ୍ତ୍ର ଦିବସରେ ଅନ୍ୟାନ୍ୟ ମନ୍ତ୍ରୀ ଓ ଜିଲ୍ଲାପାଳ ମାନେ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି । ସ୍କୁଲ, କଲେଜ ଓ ସାମାଜିକ ଅନୁଷ୍ଠାନ ମାନଙ୍କରେ ମଧ୍ୟ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି ।

Related Posts