ଫେସବୁକରେ #ResignModi କ୍ୟାମ୍ପେନ୍ ବିବାଦ, ପୋଷ୍ଟ ହଟେଇବା କେଇ ଘଣ୍ଟା ପରେ ପୁଣି ରିଷ୍ଟୋର ହେଲା

MODI


(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଦିନକୁ ଦିନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବଢୁଥିବା ସଂକ୍ରମଣକୁ ନେଇ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତେବେ ସରାକରଙ୍କ ବିରୁଦ୍ଧରେ ଲୋକମାନେ ଫେସବୁକରେ #ResignModi କ୍ୟାମ୍ପେନ୍ ଚଲାଇଛନ୍ତି । ଏହା ହେଉଛି ଦ୍ୱିତୀୟ ଘଟଣା ଯେଉଁଠାରେ ଶାସକ ଦଳ ସରକାରଙ୍କୁ ସମାଲୋଚନା କରୁଥିବା ସ୍ୱରକୁ ବନ୍ଦ କରିବା ପାଇଁ ଚେଷ୍ଟା କରିଛନ୍ତି । କିଛିଦିନ ପୂର୍ବରୁ ସରକାରଙ୍କ ବିରୋଧରେ ଥିବା ପ୍ରାୟ ୫୦ଟି ଟ୍ୱିଟର ପୋଷ୍ଟକୁ କାଟିବାକୁ ସରକାର ଟ୍ୱିଟର ଇଣ୍ଡିଆକୁ ନିର୍ଦେଶ ଦେଇଥିଲେ । ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ସରକାର ଲୋକଙ୍କୁ ଆବଶ୍ୟକ ମେଡିକାଲ ସୁବିଧା ଯୋଗାଇ ଦେଇପାରୁ ନାହାଁନ୍ତି । ଦିନକୁ ଦିନ ଅକ୍ସିଜେନର ଅଭାବ ବଢିବାରେ ଲାଗିଛି । ଏହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ବଢିବା ସହ ସୋଶିଆଲ ମିଡିଆରେ #ResignModi ବ୍ୟବହାର କରି ସରକାରଙ୍କୁ ଲୋକେ ସମାଲୋଚନା କରିଥିଲେ । ପ୍ରଥମେ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ଏବଂ ପରେ ବଜାଜ ଫିଡ ନ୍ୟୁଜ ଫେସବୁକ ହ୍ୟାସଟ୍ୟାଗ ଓ #ResignModi ପୋଷ୍ଟ ଗୁଡିକ ଲୁଚାଇ ରଖିଥିବା କଥା ସାମ୍ନାକୁ ଆଣିଥିଲେ । ବାସ ଏହା ପରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢିଥିଲା । ସବୁଠାର ରୋଚକ କଥାଟି ହେଉଛି ଏହାକୁ ଭାରତୀୟ ମାନେ ଦେଖିପାରିବେ ନାହିଁ ବରଂ ଆମେରିକା, କାନାଡା କିମ୍ବା ବ୍ରିଟେନର ଲୋକମାନେ ସନ୍ଧାନରେ ଦେଖିପାରିବେ । ଏହି ପୋଷ୍ଟଗୁଡିକ ପ୍ରାୟ ତିନି ଘଣ୍ଟା ପାଇଁ ହଟେଇ ଦିଆଯାଇଥିଲା । କିନ୍ତୁ ଏହା ଉପରେ ରିପୋର୍ଟ ବାହାରିବା ପରେ ଫେସବୁକ ଏହି ପୋଷ୍ଟ ଗୁଡିକ ଭାରତରେ ଦେଖିବା ପାଇଁ ଅନୁମତି ଦେଇଥିଲା । ଅନ୍ୟପଟେ ଫେସବୁକ ଏହି ହ୍ୟାସଟ୍ୟାଗ ଗୁଡିକୁ ଭୁଲରେ ହଟାଯାଇଛି ଓ ଏଥିରେ ସରକାର ଆମକୁ କିଛି କହିନାହାଁନ୍ତି ବୋଲି ଫେସବୁକ ମୁଖପାତ୍ର ଆଣ୍ଡି ଷ୍ଟୋନ କହିଛନ୍ତି ।

ତେବେ ଏହି ରିପୋର୍ଟରେ କୌଣସି ସତ୍ୟତା ନାହି ବୋଲି ସରକାର କହିଛନ୍ତି । ଏହା ସମ୍ପୂର୍ଣ୍ଣ ବିଭ୍ରାନ୍ତିକର ଓ ଦୁର୍ଭାଗ୍ୟଜନକ । ମାର୍ଚ୍ଚ ୫ରେ ଷ୍ଟ୍ରଟ ଜର୍ଣ୍ଣାଲର ଆଉ ଗୋଟିଏ ମିଥ୍ୟା ରିପୋର୍ଟ ବାହାରିଥିଲା । ଯେଉଁଠାରେ ଶୀର୍ଷକ ଥିଲା ଭାରତ ଫେସବୁକ, ହ୍ୱାଟ୍ସଆପ ଓ ଟ୍ୱିଟର କର୍ମଚାରୀଙ୍କୁ ଜେଲ ପଠାଇବାକୁ ଧମକ ଦେଉଛି । ଅନ୍ୟପଟେ ଏପରି ଏକ ସମ୍ବେଦନଶୀଳ ସମୟରେ ଆମେ ଗଣମାଧ୍ୟମକୁ ନିବେଦନ କରୁଛୁ ସେମାନେ ଲକ୍ଷଲକ୍ଷ ସାଧାରଣ ଭାରତୀୟଙ୍କ ସହ ମିଶି ଏହି ମହାମାରୀ ବିରୋଧରେ ଲଢେଇ କରନ୍ତୁ ବୋଲଇ ସରକାର କହିଛନ୍ତି

Related Posts