ଯୁବ ଆର୍କିଟେକ୍ଟଙ୍କ କମାଲ , ଅଟୋ ରିକ୍ସା ଉପରେ ତିଆରି କଲେ ସୁନ୍ଦର ୱାନ ବେଡରୁମ୍ ଘର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆର୍କିଟେକ୍ଚର ସର୍ବଦା ସୃଜନଶୀଳ ଅଭିନବ ଶିଳ୍ପ ମଧ୍ୟରୁ ଗୋଟିଏ ରହି ଆସିଛି । ଡିଜାଇନ ଠାରୁ ଆରମ୍ଭ କରି ପ୍ରୋଜେକ୍ଟ ପ୍ଲାନିଙ୍ଗ ଏ ସବୁ ଜଣେ ଆର୍କିଟେକ୍ଚରକୁ ଏକ ସର୍ବସାଧାରଣ ଜାଗାକୁ ଏକ ସୁନ୍ଦର ଉପୋଯୋଗୀ ସ୍ଥାନରେ ପରିଣତ କରିଥାଏ । ଇନଫୋସିସ୍ ପୁନେ ଜେଣ ଭାରତୀୟ ଆର୍କିଟେକ୍ଚର ହାଫିଜ୍ କଣ୍ଟ୍ରାକ୍ଟରଙ୍କ ଦ୍ୱାରା ଡିଜାଇନ କରାଯାଇଥିଲା । ହାଫିଜଙ୍କ କେତେକ ସର୍ବୋତ୍ତମ ପ୍ରକଳ୍ପ ମଧ୍ୟରେ ୨୩ ମାରିନା ଟାୱାର , ମୁମ୍ବାଇର ଡି.ୱାଇ ପାଟିଲ ସ୍ପୋର୍ଟସ୍ ଷ୍ଟାଡିୟମ୍ ଇତ୍ୟାଦି ଅନ୍ତର୍ଭୁକ୍ତ । ସେହିଭଳି ଚେନ୍ନାଇର ନମକାକଲର ଜଣେ ଯୁବ ଆର୍କିଟେକ୍ଚର ଅରୁଣ ପ୍ରଭୁ ଏନ୍.ଜି , ଅଟୋ ରିକ୍ସା ଉପରେ ଏକ ୱାନ ବେଡରୁମ୍ ଘର ନିର୍ମାଣ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ସେ ବିଲବୋର୍ଡସ୍ କଲେକ୍ଟିଭର ପ୍ରତିଷ୍ଠାତା ଭାବରେ ମଧ୍ୟ ଜଣାଶୁଣା । ତାଙ୍କର କାର୍ଯ୍ୟ ଗୁଡିକ ଦର୍ଶାଉଛି ଯେ , ସେ କିପରି ଛୋଟ ସ୍ଥାନ ଗୁଡିକୁ ସୁନ୍ଦର କାର୍ଯ୍ୟରେ ବ୍ୟାବହାର କରାଯାଇପାରିବ । ଅରୁଣ ଏକ ସାଧାରଣ ପରିବାରରୁ ଆସନ୍ତି । ତାଙ୍କ ପିତା ଗୁନାସେକରନ୍ ଏକ ଇଲେକ୍ଟ୍ରିକ୍ ଦୋକାନ ଚଳାଉଥିବା ବେଳେ ମାତା ଗୃହିଣୀ । ଅରୁଣଙ୍କର ପିଲାଦିନୁ ଅର୍କିଟେକ୍ଚର ଓ ଡିଜାଇନ୍ ପ୍ରତି ଆଗ୍ରହ ଥିଲା । ଏବେ ସେ ବିଲବୋଡର୍ସ କଲେକ୍ଟିକଭ୍ ଏକ ଡିଜାଇନ୍ ଫାର୍ମା ଚଲାଉଛନ୍ତି । ଯାହାକି ଡିଜାଇନ ସହିତ ଜଡିତ ବିଭିନ୍ନ ଦିଗ ଉପରେ କାମ କରିଥାଏ । ଅରୁଣ ଦୁଇଟି ବିଷୟ ଉପରେ ରିସର୍ଚ୍ଚ କରୁଥିଲେ । ନରିକୁରାଭର୍ସ (ଏକ ପ୍ରକାର ଜନଜାତି ଯୋଉଁମାନେ ବଞ୍ଚିବା ପାଇଁ ନିରନ୍ତର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାନ୍ତି ) ଏବଂ ସ୍ଲମ୍ସ୍ ଅଫ୍ ଇଣ୍ଡିଆ । ସେ ଏହି ରିସର୍ଚ୍ଚରୁ ଜାଣିବାକୁ ପାଇଲେ ଯେ , ସେମାନଙ୍କର ବାସଗୃହ ଜରୁରୀକାଳୀନ ଆବଶ୍ୟକତାକୁ ଦେଖି ନିର୍ମାଣ କରାଯାଇଥାଏ । ତାଙ୍କ ଜୀବନଶୈଳୀରୁ ଅନୁପ୍ରାଣିତ ହୋଇ ସେ ଏହି ଅଟୋ ରିକ୍ସା ଘର ନିର୍ମାଣ କରିଥିଲେ ।

Related Posts