ରିଲାଏନ୍ସ ଗୁଜରାଟ ରେ ୧୦୦୦ ବେଡ୍ କୋଭିଡ଼ ହସ୍ପିଟାଲ କରିବ


(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦିନକୁ ଦିନ ହୁ ହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଚିକିତ୍ସାଳୟର ଭିତ୍ତିଭୂମୀ ଦୁର୍ବଳ ଥିବାରୁ ଅନେକ ଜନସାଧାରଣ ସଫଳ ଚିକିତ୍ସାରୁ ବଞ୍ଚିତ ହୋଇ ବାରଣ୍ଡାରେ ପଡ଼ି ରହୁଥିବା ଦେଖିବାକୁ ମିଳୁଛି । ଏସବୁ ଭିତରେ କର୍ପୋରେଟ୍ ହାଉସଗୁଡିକ ନିଶୁକ୍ଲ ନିଦାନ ଯୋଗାଇ ଦେବାକୁ ମନବଳାଇଛନ୍ତି । ରିଲାଏନ୍ସ ଭଳି ବଡ କର୍ପୋରେଟ୍ ହାଉସ ଏବେ ଏଭଳି କାମ କରିବା ପାଇଁ ଆଗେଇ ଆସିଛନ୍ତି । ଅମ୍ଳଜାନ ସଙ୍କଟକୁ ଦୂର କରିବା ପାଇଁ ପ୍ରଥମେ ମୁକେଶ ଅମ୍ବାନୀ ପଦକ୍ଷେପ ନେଇଥିଲେ ଏବେ ରିଲାଏନ୍ସ ଫାଉଣ୍ଡେସନ ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ଡାକ୍ତରଖାନା ତିଆରି କରିବ ବୋଲି କହିଛନ୍ତି । ଗୁଜୁରାଟର ଜାମନଗରଠାରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଏହି ଚିକିତ୍ସାଳୟ ହେବ। ଯେଉଁଠାରେ ଅମ୍ଳଜାନ ସହ ୧୦୦୦ ଶଯ୍ୟା ଉପଲବ୍ଧ ରହିବ । ଏବଂ ଏହା ଜନତାଙ୍କ ସେବାରେ ଅଗ୍ରଣୀ ହୋଇ ରହିବ ବୋଲି ଅମ୍ବାନୀ କହିଛନ୍ତି | ଜାମନଗରର ସରକାରୀ ଦନ୍ତ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପରିସରରେ ସପ୍ତାହେ ମଧ୍ୟରେ ୪୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ ହୋଇଯିବ ବୋଲି ରିଲାଏନ୍ସ ଫାଉଣ୍ଡେସନ କହିଛି | ଏବଂ ପରବର୍ତ୍ତୀ ଦୁଇ ସପ୍ତାହ ଭିତରେ ଜାମନଗରରେ ଆଉ ଏକ ସୁରକ୍ଷିତ ସ୍ଥାନ ଦେଖି କମ୍ପାନୀ ପକ୍ଷରୁ ୬୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରସ୍ତୁତ କରାଯିବ ।

Related Posts