ଅଶାନ୍ତ ଶ୍ରୀଲଙ୍କା: କଲମ୍ବୋରେ ନିରାପତ୍ତା ବଳ ପକ୍ଷରୁ ପ୍ରତିବାଦକାରୀ ଶିବିରରେ ଚଢ଼ାଉ

କଲମ୍ବୋ: ଅଶାନ୍ତ ରହିଛି ଶ୍ରୀଲଙ୍କା । ଏହାରି ମଧ୍ୟରେ ଶ୍ରୀଲଙ୍କା କୁ ନୂଆ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ମିଳିଛି । ତେବେ ଏହାକୁ ମଧ୍ୟରେ ଅଶାନ୍ତ ସ୍ଥିତି କୁ ନିୟନ୍ତ୍ରଣ ରେ ଆଣିବା ନେଇ ଅଣ୍ଟା ଭିଡ଼ିଛି ନିରାପତ୍ତା ବଳ । ଗତରାତିରେ ଶ୍ରୀଲଙ୍କାର ବାଣିଜ୍ୟିକ ରାଜଧାନୀ କଲମ୍ବୋରେ ଶ୍ରୀଲଙ୍କୀୟ ନିରାପତ୍ତା ବଳ ଗୋଟାଏ ସରକାର ବିରୋଧୀ ପ୍ରତିବାଦକାରୀ ଶିବିରରେ ଚଢ଼ାଉ କରିଥିବା କଥା ଦୁଇଜଣ ପ୍ରତିବାଦକାରୀ କହିଛନ୍ତି। ଏହାର ଅର୍ଥ ଶପଥ ଗ୍ରହଣ କରିବାର ଦିନେ ନ ପୂରୁଣୁ ରାଷ୍ଟ୍ରପତି ପ୍ରତିବାଦକାରୀଙ୍କ ଉପରେ ଦମନ ଲୀଳା ଆରମ୍ଭ କରି ଦେଇଛନ୍ତି ବୋଲି ସେମାନେ କହିଛନ୍ତି।

ଚଢ଼ାଉ ସମୟରେ ୯ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ମଧ୍ୟ ଜଣେ ପୁଲିସ ମୁଖପାତ୍ର କହିଛନ୍ତି।

ନିରାପତ୍ତାବଳ ଚଢ଼ାଉ ବେଳେ କେତେକ ସାମ୍ବାଦିକଙ୍କ ସମେତ ଅନ୍ୟୂନ ୫୦ଜଣ ପ୍ରତିବାଦକାରୀ ଆହତ ହୋଇଥିବା କଥା ଆୟୋଜନକାରୀମାନେ କହିଛନ୍ତି।

ପ୍ରତିବାଦକାରୀଦ୍ବୟ ଆହୁରି ମଧ୍ୟ କହିଛନ୍ତି, ମଧ୍ୟରାତ୍ର ପରେ ଅସଂଖ୍ୟ ନିରାପତ୍ତା ବଳ କର୍ମଚାରୀମାନେ ‘ଗୋଟା ଗୋ ଗାମା’ ପ୍ରତିବାଦ ଶିବିର ଚାରିପଟେ ଘେରି ଯାଇ କିଛି ପ୍ରତିବାଦକାରୀଙ୍କୁ ଧରି ନେଇଥିଲେ।

Related Posts