ଟ୍ରେନ ଆଗକୁ ଡେଇଁ ପଡ଼ିଲେ ଟାମ୍ପରକେଲା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ: ଲେଖିଦେଲେ, ମୋ ମୃତ୍ୟୁ ପାଇଁ ୪ ଜଣ ଦାୟୀ

ସମ୍ବଲପୁର : ଆତ୍ମହତ୍ୟା କଲେ ପ୍ରଧାନଶିକ୍ଷକ । ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଟାମ୍ପରକେଲା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ସଦ୍ଯ ଅବସରପ୍ରାପ୍ତ ସିନ୍ଦୁରପଙ୍କର କ୍ଷୀରୋଦ କୁମାର ନାଥ(୬୦) । ଆଜି ସକାଳେ ତାଙ୍କ ଗ୍ରାମ ନିକଟରେ ତାଙ୍କ ମୃତଦେହକୁ ଦେଖି ସ୍ଥାନୀୟ ଲୋକେ ପୁଲିସ ତଥା ପରିବାର ଲୋକଙ୍କୁ ଖବର ଦେଇଥିଲେ । ତାଙ୍କ ଆତ୍ମହତ୍ଯା ରହସ୍ୟାବୃତ୍ତ ଥିବା ବେଳେ ତାଙ୍କ ନିକଟରୁ ଉଦ୍ଧାର ହୋଇଥିବା ଆତ୍ମହତ୍ଯା ପୂର୍ବରୁ ସେ ଲେଖାଯାଇଥିବା ସୁଇସାଇଡ ନୋଟରେ ତାଙ୍କ ମୃତ୍ଯୁ ପାଇଁ ୪ ଜଣ ଶିକ୍ଷକଙ୍କୁ ଦାୟୀ କରିଛନ୍ତି ।

ସୁବଳ ବାରିକ, ମୁରାରୀ ପ୍ରସାଦ ପଟେଲ, ଜଗଦୀଶ ସାହୁ ଓ ସଞ୍ଜିବ ପଟେଲ ନାମକ ଚାରିଜଣ ଶିକ୍ଷକ ସଂଘବଦ୍ଧ ଭାବେ ତାଙ୍କୁ ଫସାଇବାକୁ ଷଡ଼ଯନ୍ତ୍ର କରିଥିଲେ । ତେଣୁ ସେ ଆତ୍ମହତ୍ଯା କରିବାକୁ ବାଧ୍ଯ ହୋଇଛନ୍ତି ବୋଲି ସୁଇସାଇଡ ନୋଟରେ ଉଲ୍ଲେଖ ରହିଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ପଠାଇବା ସହ ଛାନଭିନ୍ ଆରମ୍ଭ କରିଛି । ତେବେ କିଛିଦିନ ହେଲା ସେ ମାନସିକ ଭାବେ ଚାପଗ୍ରସ୍ତ ଥିବା ନିକଟ ସମ୍ପର୍କୀୟ କହିଛନ୍ତି ।

Related Posts