ବେଡ୍‌ ଟେ ପାଇଁ ଅପେକ୍ଷା କରି ମୃତ୍ୟୁ ବରଣ କଲେ ରାଇଟୁ ଏଜୁକେଶନ ଆକ୍ଟିଭିଷ୍ଟ ଅମ୍ବରିଶ ରାଏ

aa

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଦୀର୍ଘ ଦିନ ଧରି ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ କଠିନ ପରିଶ୍ରମ କରିଆସୁଥିବା ଏଜୁକେଶନ ଆକ୍ଟିଭିଷ୍ଟ ଅମ୍ବରିଶ ରାଏ କରୋନାରେ ମୃତ୍ୟୁବରଣ କରିଛନ୍ତି । ତେବେ ଦକ୍ଷିଣ ଦିଲ୍ଲୀର ବିଆର ଆମ୍ବେଦକର ମେଡିକାଲରେ ଭାରତର ସବୁଠାରୁ ଖରାପ ମେଡିକାଲ ପରିଚାଳନା ଦେଖିବା ପାଇଁ ମିଳିଛି । ରାୟଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପୁର୍ଣ୍ଣ ଥିବା ବେଳେ ଅମ୍ଳଜାନ ସହାୟତାରେ ଏକ ବେଡ ପାଇବା ଆଶା କରି ଦୀର୍ଘ ୫ ଘଣ୍ଟା ଆମ୍ବୁଲାନ୍ସରେ ବେଡ ଖୋଜିବା ପାଇଁ ପଡିଥିଲା । ତେବେ ରାୟ ଦୀର୍ଘଦିନ ଧରି ଉନ୍ନତି ପାଇଁ ସଂଗ୍ରାମ କରି ଆସୁଥିଲେ । ସେ ଗତ ୧୧ ବର୍ଷକୁ ପ୍ରାଥମିକ ଶିକ୍ଷା ତଥା ଶିକ୍ଷା ଅଧିକାର ପାଇଁ ଉସ୍ୱର୍ଗ କରିଦେଇଥିଲେ । ରାୟଙ୍କ ଜଣେ ବନ୍ଧୁଙ୍କ କହିବା ଅନୁସାରେ, ଏପ୍ରିଲ ୧୪ରୁ ସେ ଜ୍ୱରରେ ପିଡିତ ଥିଲେ । କିଛି ଦିନ ପୁର୍ବରୁ ତାଙ୍କ ଫୁସଫୁସରେ କ୍ଷତି ଘଟିଛି ଓ ତାଙ୍କୁ କୋଭିଡ ହସ୍ପିଟାଲରେ ଭତ୍ତି କରିବା ପାଇଁ ମେଡିକାଲ କତ୍ତୃପକ୍ଷ କହିଥିଲେ । ଏହା ପରେ ସକାଳ ୨ଟାରୁ ୭ଟା ମଧ୍ୟରେ ତାଙ୍କୁ ଅମ୍ଳଜାନ ସହାୟତାରେ ଆମ୍ବୁଲାନ୍ସରେ ଚଳାଇ ଦିଆଯାଇଥିଲା । କିନ୍ତୁ ସେ କେଉଁଠାରେ ବେଡ ପାଇବେ ତାହା ସ୍ପଷ୍ଟ କରାଯାଇନଥିଲା । ଏପରିକି ସାଂସଦମାନେ ମଧ୍ୟ ହସ୍ତକ୍ଷେପ କଲା ପରେ କୌଣସି ସୁଫଳ ମିଳିନଥିଲା । ସବୁଠାରୁ ଦୁଃଖର ବିଷୟ ହେଉଛି କୋଭିଡ ଲକ୍ଷଣ ଥିବାରୁ ଗୋଟିଏ ହସ୍ପିଟାଲକୁ ଛାଡିବା ପାଇଁ କୁହାଯାଇଥିଲା ବେଳେ ଅନ୍ୟ ଡାକ୍ତରଖାନା ଗୁଡିକରେ ତାଙ୍କୁ ଭତ୍ତି କରିବା ପାଇଁ ଅସ୍ୱିକାର କରିଦେଇଥିଲେ । ଶେଷରେ ତାଙ୍କୁ ଡକ୍ଟର ଆମ୍ବେଦକର ହସ୍ପିଟାଲକୁ ନିଆଯାଇଥିଲା । ଏବଂ ରାୟ ସେଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

Related Posts