ଅକ୍ସିଜେନ୍ ସଙ୍କଟ, ହସ୍ପିଟାଲପାଇଁ ୧୦୪ ଟୋଲ ନମ୍ବର ଜାରି କଲା ତାମିଲନାଡୁ ସରକାର

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର:ଅକ୍ସିଜେନ୍ ଯୋଗାଣରେ ସମସ୍ୟା ଦେଖାଦେଉଥିବା ହସ୍ପିଟାଲ ଓ ନର୍ସିଂହେମଗୁଡିକ ସରକାରୀ ହେଲ୍ପଲାଇନ ୧୦୪ ଟେଲ ନମ୍ବର ସହିତ ଯୋଗାଯୋଗ କରିପାରିବେ ବେଲି ତାମିଲନାଡୁ ସରକାର ଘୋଷଣା କରିଛନ୍ତ । ଅକ୍ସିଜେନ ଓ ଭେଣ୍ଟିଲେଟର ପାଇଁ ସୋସିଆଲ ମିଡିଆରେ ଅନୁରୋଧ ଭରି ରହିଥିବା ବେଳେ ଠିକ୍ ଏହି ସମୟରେ ତାମିଲନାଡୁ ସରକାର ହେଲ୍ପଲାଇନ ନମ୍ବର ଘୋଷଣା କରିଛନ୍ତି । ତାମିଲନାଡୁ ହସ୍ପିଟାଲ ଓ ନର୍ସିଂହୋମ ଗୁଡିକରେ ଅକ୍ସିଜେନ୍ ସମ୍ବନ୍ଦୀୟ ସମାଧାନ ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ସ୍ତରରେ ଓ ରାଜ୍ୟ ସ୍ତରରେ ଏହି ହେଲ୍ପଲାଇନ ବ୍ୟବସ୍ଥା କରାଯାଇଛି । ତାମିଲନାଡୁ ସରକାର କହିଛନ୍ତି କରୋନା ମାମଲା ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ହସ୍ପିଟାଲ ମାନଙ୍କରେ ଅକ୍ସିଜେନ୍ ଆବଶ୍ୟକତା ବୃଦ୍ଧି ପାଇବ । ତାମିଲନାଡୁରେ ଅକ୍ସିଜେନ୍ ଉତ୍ପାଦନ କରୁଥିବା ଶିଲ୍ପଗୁଡିକୁ ଉତ୍ପାଦନ ବୃଦ୍ଧିକରିବାର ଉପାୟ ଖୋଜିବାକୁ ପରାମର୍ଶ ଦେଇଛନ୍ତି ସରକାର । ହସ୍ପିଟାଲକୁ ଅକ୍ସିଜେନ ପରିବହନ କରୁଥିବା ଟ୍ୟାଙ୍କର ଗୁଡିକ ଠିକ୍ ସମୟରେ ଗନ୍ତବ୍ୟ ସ୍ଥଳରେ ପହଁଞ୍ଚିବା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରା ଯାଇଛି ।
ତାମିଲନାଡୁରେ ଦୈନିକ ୧୩୭୬୬ଟି ନୂତନ ମାମଲା ଚିହ୍ନଟହେଇଥିବା ବେଳେ ୭୮ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି ।

Related Posts