ୟୁପିରୁ ହ୍ରାସ ପାଉଛି ଦଙ୍ଗା; ୨୦୨୧ ମସିହାରେ ହୋଇଛି ଗୋଟିଏ ସାମ୍ପ୍ରଦାୟିକ ହିଂସା, ଏନସିଆରବି ରିପୋର୍ଟରୁ ସାମ୍ନାକୁ ଆସିଲା ତଥ୍ୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୟୁପିରୁ ହ୍ରାସ ପାଉଛି ସାମ୍ପ୍ରଦୟିକ ଦଙ୍ଗା, ଦଙ୍ଗା ମୁକ୍ତ ହେଉଛି ୟୁପି। ଏନସିଆରବି ରିପୋର୍ଟରୁ ଏହି ଖୁଲାସା ହୋଇଛି। ତେବେ ରିପୋର୍ଟ ଅନୁସାରେ ୨୦୨୧ରେ ଦେଶରେ ୩୭୮ଟି ସାମ୍ପ୍ରଦାୟିକ ହିଂସାକାଣ୍ଡ ମାମଲା ରୁଜୁ ହୋଇଥିବା ବେଳେ ଉତ୍ତର ପ୍ରଦେଶରୁ କେବଳ ଗୋଟିଏ ମାମଲା ରୁଜୁ ହୋଇଛି। ସେହିପରି ୨୦୧୯ ଏବଂ ୨୦୨୦ରେ ଗୋଟିଏ ବି ମାମଲା ରୁଜୁ ହୋଇନାହିଁ। ଏହାକୁ ଯୋଗୀ ସରକାରଙ୍କ ସବୁଠାରୁ ବଡ଼ ଉପଲବ୍ଧି ବୋଲି କୁହାଯାଉଛି।ତେବେ ମହାରାଷ୍ଟ୍ରରେ ସର୍ବାଧିକ ୧୦୦ଟି ମାମଲା, ଝାରଖଣ୍ଡରେ ୭୭ ଓ ହରିୟାଣାରେ ୪୦ଟି ମାମଲା ରୁଜୁ ହୋଇଛି।

କେବଳ ସେତିକି ନୁହେଁ ୟୁପିରେ ମହିଳା ଏବଂ ଶିଶୁ ବିରୋଧୀ ଅପରାଧ ମଧ୍ୟ ହ୍ରାସ ପାଇଛି। ୟୁପିରେ ସାଇବର କ୍ରାଇମ୍ ମଧ୍ୟ ହ୍ରାସ ପାଇଛି। ୨୦୧୯ରେ ୟୁପିରେ ୧୮ ହଜାର ୯୪୩ ଶିଶୁଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ହ୍ରାସ ପାଇ ୧୬ ହଜାର ୮୩୮ରେ ପହଞ୍ଚିଥିଲା। ସେହିପରି ୨୦୧୯ରେ ୫୯୮୫୩ ମହିଳା ବିରୋଧୀ ମାମଲା ରୁଜୁ ହୋଇଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ୫୬ ହଜାର ୮୩କୁ ହ୍ରାସ ପାଇଥିଲା।

ସୂଚନା ଥାଉକି, ୨୦୧୯ରେ ୟୁପିରେ ୧୧ ହଜାର ୪୧୬ ସାଇବର୍ କ୍ରାଇମ୍ ମାମଲା ରୁଜୁ ହୋଇଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ହ୍ରାଇ ପାଇ ୮ ହଜାର ୮୨୯ରେ ପହଞ୍ଚିଛି। ତେବେ ଏନେଇ ଏଡିଜି ଲ ଆଣ୍ଡ ଅର୍ଡର ପ୍ରଶାନ୍ତ କୁମାର କହିଛନ୍ତି ଯେ, ରାଜ୍ୟରେ ପୋଲିସ ନିଜର ଦାୟିତ୍ଵ ଗୁରୁତର ସହ ସମ୍ପନ୍ନ କରୁଛି। ଏହି କାରଣରୁ ରାଜ୍ୟରେ କ୍ରମାଗତ ଭାବରେ ଅପରାଧିକ ମାମଲା ହ୍ରାସ ପାଇଛି। ଅପରାଧୀଙ୍କ ବିରୋଧରେ ଜିରୋ ଟଲେରାନ୍ସ ନୀତି ଗ୍ରହଣ କରାଯାଉଛି।

Related Posts