ବେଙ୍ଗାଲୁରୁର ଇଦଘା ମଇଦାନରେ ହେବ ନାହିଁ ଗଣେଶ ପୂଜା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଇଦଘା ମଇଦାନରେ ଚଳିତବର୍ଷ ହେବ ନାହିଁ ଗଣେଶ ପୂଜା । ଏନେଇ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଇଦଘା ମଇଦାନରେ ଗଣେଶ ପୂଜା କରାଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ସେଠାରେ ପୂର୍ବବତ ସ୍ଥିତାବସ୍ଥା ଜାରି ରହିବ। ଏଥିସହ ସୁପ୍ରିମକୋର୍ଟ ହାଇକୋର୍ଟର ନିଷ୍ପତ୍ତିକୁ ବଦଳାଇଛନ୍ତି। ଏହା ପୂର୍ବରୁ ହାଇକୋର୍ଟ ଇଦଘା ମଇଦାନରେ ଗଣେଶ ଉତ୍ସବ ଆୟୋଜନକୁ ଅନୁମତି ଦେଇଥିଲେ। ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମୁସଲିମ ପକ୍ଷ। ମଙ୍ଗଳବାର ଏହାର ଶୁଣାଣି କରି ଉଚ୍ଚତମ ନ୍ୟାୟାଳୟ ବିବାଦୀୟ ଇଦଘା ମଇଦାନରେ ସ୍ଥିତାବସ୍ଥା ଜାରି ରହିବ ବୋଲି କହିଛନ୍ତି। ବର୍ତ୍ତମାନ ସେଠାରେ ଗଣେଶ ଉତ୍ସବ ଆୟୋଜନ ହେବ ନାହିଁ।

ସୂଚନାଯୋଗ୍ୟ, ଇଦଘା ମଇଦାନରେ ଗଣେଶ ପୂଜାର ଅନୁମତି ଦେବା ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହା ପରେ ମଇଦାନର ଚତୁଃପାର୍ଶ୍ଵରେ ପୋଲିସ୍ ମୁତୟନ କରାଯାଇଥିଲା। ରାଜ୍ୟର ଓ୍ଵାକଫ ବୋର୍ଡ ମାମଲାକୁ ନେଇ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି।

କଣ କହିଥିଲେ ହାଇକୋର୍ଟ

ନିକଟରେ କର୍ଣ୍ଣାଟକ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଥିଲେ ଯେ, ବେଙ୍ଗାଲୁରୁର ଚାମରାଜପେଟ ଇଦଘା ମଇଦାନରେ ଗଣେଶ ଚତୁର୍ଥୀ ଉତ୍ସବ ପାଳନ ଉପରେ ବିଚାର କରାଯାଇ ପାରିବ। ଏହା ପରେ ରାଜ୍ୟ ସରକାର ଏହି ମଇଦାନର ଗଣେଶ ଉତ୍ସବ ପାଇଁ ଦୁଇ ଦିନ ମଞ୍ଜୁରୀ ଦେଇଥିଲେ। ହାଇକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ବିବାଦ ଆରମ୍ଭ ହୋଇଥିଲା

Related Posts