ବଢୁଛି ସଂକ୍ରମଣ: ୩ ହଜାର ପାର କଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ ପୁଣି ଉପରମୁହାଁ କରୋନା ସଂକ୍ରମଣ | ଦୈନିକ ସଂକ୍ରମଣ ହାର ଏବେ ବଢିବାକୁ ଲାଗୁଛି | ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ଦୁଇ ହଜାର ତଳକୁ ଖସିବା ପରେ ପୁଣି ବଢିଛି। ବଢୁଥିବା ସଂକ୍ରମଣ ଏବେ ପୁଣି ୩ ହଜାର ପାର କରିଛି | ଗତ ୨୪ ଘଣ୍ଟାରେ ଦେଶରେ ୩ ହଜାର ୩୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଯାହାକି ଗତକାଲି ତୁଳନାରେ ୨ ଦଶମିକ ୨ ପ୍ରତିଶତ ବୃଦ୍ଧି ଘଟିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ କରୋନାରେ ଗତକାଲି ଗୋଟିଏ ଦିନରେ ଆଉ ୬୦ ଜଣଙ୍କର ଜୀବନ ଯାଇଛି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସକ୍ରିୟ ମାମଲା ୧୭ ହଜାର ପାର କରିଛି । ଏବେ ଦେଶରେ ସକ୍ରିୟ ମାମଲା ରହିଛି ୧୭ ହଜାର ୮୦୧ । ସେହିପରି ଦୈନିକ ସଂକ୍ରମଣ ହାର ଶୂନ ଦଶମିକ ୭୧ ପ୍ରତିଶତରେ ପହଞ୍ଚିଛି । ସାପ୍ତାହିକ ସଂକ୍ରମଣ ହାର ଶୂନ ଦଶମିକ ୬୩ ପ୍ରତିଶତ ହୋଇଛି । ଏବେ ଦେଶରେ ଆରୋଗ୍ୟ ହାର ରହିଛି ୯୮ ଦଶମିକ ୭୪ ପ୍ରତିଶତ । ଅନ୍ୟପଟେ ଗତ ୨୪ ଘଂଟାରେ ୨୨ ଲକ୍ଷ ୮ ହଜାର ୭୪୩ ଡୋଜ ଟିକା ଦିଆଯାଇଛି ।

ସେହିପରି ୧୭୮୦୧ ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ ୪ କୋଟି ୨୫ ଲକ୍ଷ ୩୦ ହଜାର ୬୨୨ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୫୨୩୭୫୩ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

Related Posts