ଓମିକ୍ରନ୍‌ର ସବ୍‌-ଭାରିଆଣ୍ଟର ବିପଦ: ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ : ଓମିକ୍ରନ୍‌ର ସବ୍‌-ଭାରିଆଣ୍ଟ ବିଏଫ୍‌-୭ କୁ ନେଇ ଏବେ ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି। କରୋନା ମାମଲା ପୁଣିଥରେ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। ଇତିମଧ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଗୁରୁତର ସହ ନେବା ସହ ଓମିକ୍ରନ୍‌ର ସବ୍‌-ଭାରିଆଣ୍ଟର ବିପଦକୁ ଦୃଷ୍ଟିରେ ରଖି ମଙ୍ଗଳବାର ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି।

ଏହି ବୈଠକରେ ଦୀପାବଳି ପୂର୍ବରୁ କରୋନା ସମ୍ବନ୍ଧରେ ଆବଶ୍ୟକ ସଚେତନତା ଏବଂ ସତର୍କତା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ସୂଚନାଯୋଗ୍ୟ, ବିଏଫ୍‌.୭ ନାମକ ଏହି ସବ୍‌ଭାରିଆଣ୍ଟ ଅଧିକ ସଂକ୍ରାମକ ଓ ଏହା ଶୀଘ୍ର ବ୍ୟାପିଥାଏ। ଗୁଜରାଟର ବାୟୋଟେକ୍‌ନୋଲୋଜି ରିସର୍ଚ୍ଚ ସେଣ୍ଟର ବିଏଫ୍‌.୭ର ପ୍ରଥମ ମାମଲା ଚିହ୍ନଟ କରାଯାଇଛି। ଚାଇନାର ମଙ୍ଗୋଲିଆରେ ପ୍ରଥମେ ବିଏ.୫.୧.୭ ଏବଂ ବିଏଫ୍‌.୭ ଚିହ୍ନଟ ହେବା ପରେ ଏହା ଅନ୍ୟ ଦେଶକୁ ବ୍ୟାପି ସାନି ବିପଦ ସୃଷ୍ଟି କରିଛି। ଚାଇନାରେ ନିକଟରେ ସଂକ୍ରମଣ ବୃଦ୍ଧି ପାଇବାର କାରଣ ଏହି ଦୁଇ ସବ୍‌ଭାରିଆଣ୍ଟ ବୋଲି କୁହାଯାଉଛି। ଏହା ଅତି ଦ୍ରୁତ ବେଗରେ ସଂକ୍ରମିତ ହେଉଥିବା ବେଳେ ଏବେ ବ୍ରିଟେନ, ଆମେରିକା, ଅଷ୍ଟ୍ରେଲିଆ, ବେଲ୍‌ଜିୟମ ପ୍ରଭୃତି ଦେଶକୁ ବ୍ୟାପିସାରିଲାଣି। ଓମିକ୍ରନ୍‌ ବିଏଫ୍‌.୭ର ବିଶେଷତ୍ୱ ହେଉଛି ଏହା କୋଭିଡ୍‌ର ପୂର୍ବ ସଂକ୍ରମଣ ଏବଂ ଟିକା ନେବା ଦ୍ୱାରା ଶରୀରରେ ସୃଷ୍ଟି ହୋଇଥିବା ଆଣ୍ଟିବଡ଼ିକୁ ଚକ୍‌ମା ଦେଖାଇବାକୁ ସମର୍ଥ। ପୂର୍ବ ଭାରିଆଣ୍ଟଗୁଡ଼ିକ ତୁଳନାରେ ଏହା ଅଧିକ ଶୀଘ୍ର ବ୍ୟାପିବ ବୋଲି କୁହାଯାଉଛି ।

Related Posts