ବିହାରର ବିଚ୍‌ ରାସ୍ତାରେ ଆରଜେଡି ନେତାଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

ପାଟନା: ବିହାରରେ ଆରଜେଡି ନେତାଙ୍କୁ ହତ୍ୟା । ବିଚ୍‌ ରାସ୍ତାରେ ଗୁଳି ଫୁଟାଇ ଛନ୍ତି ଦୁର୍ବୃତ୍ତ । ଫଳରେ ଆରଜେଡି ନେତାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ବିଜେନ୍ଦ୍ର ଯାଦବ । କାରଘରର ନିମଧିରା ରୋଡରେ ଆଜି ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ PASCର ସଭାପତି ବିଜେନ୍ଦ୍ର ଯାଦବ ଆଜି ସକାଳ ସମୟରେ ନିମଧିରା ରାସ୍ତାରେ ଚାଷ କାର୍ଯ୍ୟ ପାଇଁ ଯାଉଥିଲେ । ଏହି ସମୟରେ ୬ଜଣ ଦୁର୍ବୃତ୍ତ ବାଇକରେ ଆସିସି ହଠାତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ୨ଟି ଗୁଳି ତାଙ୍କ ମୁଣ୍ଡ ଓ ବେକରେ ବାଜିବା ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।ତେବେ ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ବର୍ତ୍ତମାନ ତଦନ୍ତ ଜାରି ରହିଥବାବେଳେ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।

Related Posts