୨୦୨୪ ସାଧାରଣ ନିର୍ବାଚନରେ ୫୦ ଆସନ ଅତିକ୍ରମ କରିପାରିବ ନାହିଁ ବିଜେପି: ନୀତିଶ କୁମାର

ପାଟନା: ୨୦୨୪ ସାଧାରଣ ନିର୍ବାଚନ ପୁର୍ବରୁ ଏକ ବଡ଼ ଅନୁମାନ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର । ବିଜେପିକୁ ଟାର୍ଗେଟ କରିବା ସହ ବିଜେପି ୫୦ ଆସନ ଅତିକ୍ରମ କରିପାରିବ ନାହିଁ ଦୃଢକ୍ତି ପ୍ରକାଶ କରିଛନ୍ତି । ଯଦି ସମସ୍ତ ବିରୋଧୀ ଦଳ ଏକଠି ହୋଇ ବିଜେପି ବିରୋଧରେ ନିର୍ବାଚନ ଲଢନ୍ତି, ତେବେ ଏପରି ହୋଇପାରିବ ବୋଲି କହିଛନ୍ତି ।

ଆଜି ପାଟନାରେ ଆୟୋଜିତ ଦଳର ପ୍ରଦେଶ କାର୍ଯ୍ୟକାରିଣୀରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବା ଅବସରରେ ନୀତିଶ ଏପରି ଆକଳନ କରିବା ସହ ବିଜେପିକୁ ସାମ୍ପ୍ରଦାୟିକ ଦର୍ଶାଇ ବର୍ଷିଛନ୍ତି ।

ବିଜେପି ରାଜ୍ୟରେ ସାମ୍ପ୍ରଦାୟିକ ସ୍ଥିରତା ନଷ୍ଟ କରିବା ପାଇଁ ପ୍ରାୟାସ କରିବ । ବିଜେପି କାର୍ଯ୍ୟକର୍ତ୍ତାମାନେ ଏପରି କରି ଅସ୍ଥିରତା ସୃଷ୍ଟି କରି ସାମାଜିକ ସୈହାର୍ଦ୍ଧ୍ୟ ନଷ୍ଟ କରିବା ପାଇଁ ଲାଗି ପଡିବେ । ଏପରି ସ୍ଥଳେ ଆମକୁ ସ୍ବତନ୍ତ୍ର ପ୍ରସ୍ତତି କରିବାକୁ ହେବ । ଆମକୁ ପଞ୍ଚାୟତସ୍ତରୀୟ ପର୍ଯ୍ୟନ୍ତ ମଧ୍ୟ ମୁକାବିଲା ରଣନୀତି କରିବାକୁ ପଡିବଷ ।’’ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତକୁ ମଧ୍ୟ ନୀତିଶ ସମାଲୋଚନା କରିଛନ୍ତି । ଶାହ, ରାଜ୍ୟରେ ମାହୋଲ ବିଗାଡିବା ପାଇଁ ବିହାର ଗସ୍ତ କରୁଥିବା ନୀତିଶ କହିଛନ୍ତି।

Related Posts