ଉତ୍ତରପ୍ରଦେଶର ବାରାବଙ୍କି ଜିଲାରେ ସଡକ ଦୁର୍ଘଟଣା: ବସକୁ ଟ୍ରକ ଧକ୍କା ଦେବାରୁୁ ଚାରି ଜଣଙ୍କ ମୃତ୍ୟୁ, ୧୪ ଆହତ

ଲଖନଉ : ଉତ୍ତରପ୍ରଦେଶର ବାରାବଙ୍କି ଜିଲାରେ ଘଟିଛି ଏକ ବଡ ଧରଣର ସଡକ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସକୁ ଟ୍ରକ ଧକ୍କା ଦେଇଛି । ଫଳରେ ଏହି ଦୁର୍ଘଟଣାରେ ଚାରି ଜଣଙ୍କ ଜୀବନ ଚାଲି ଯାଇଛି। ଏହାସହ ୧୪ ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।
ସୂଚନା ଯୋଗ୍ୟ, ବାରାବଙ୍କିରେ ବହରାଇଚ ହାଇୱେରେ ଏହି ଦୁର୍ଘଟଣା ଘଟିଛି। ରାମନଗର ଥାନା ଅନ୍ତର୍ଗତ ମହଙ୍ଗପୁର ନିକଟରେ ହାଇୱେରେ ଠିଆ ହୋଇଥିବା ଏକ ବସ୍‍ କୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ପଛପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ବସରେ ପ୍ରାୟ ୬୦ ଜଣ ଯାତ୍ରୀ ଥିଲେ। ବସଟିର ଟାୟାର ସମସ୍ୟା କାରଣରୁ ଏହାକୁ ବଦଳାଇବା ପାଇଁ ଆବଶ୍ୟକ ଥିଲା। ବସଟି ରାସ୍ତାରେ ଠିଆ ହୋଇଥିବା ସମୟରେ ପଛପଟୁ ଟ୍ରକଟି ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା। ସେଠାରେ ୪ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟମାନଙ୍କ ଚିିକିତ୍ସା ଜାରି ରହିଛି।

Related Posts