କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବାରିଗାଁରେ ଲୁଟ୍: ବାପା, ମା ଓ ଝିଅକୁ ମାରଣାସ୍ତ୍ର୍ରରେ ଆକ୍ରମଣ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନାରେ ମାତିଛନ୍ତି ଲୁଟେରା । ବାରିଗାଁରେ ଲୁଟ୍ କରିବା ସହ ଲୁଟ୍ କରିଥିବା ପରିବାର ସଦସ୍ୟ କୁ ମାରଣାସ୍ତ୍ର୍ରରେ ଆକ୍ରମଣ କରିଛନ୍ତି ଲୁଟେରା । ଗୁରୁବାର ବିଳମ୍ବିତ ରାତିରେ ଘର କବାଟ ଭାଙ୍ଗି ସଶସ୍ତ୍ର ଲୁଟ୍ ହୋଇଛି।

ଲୁଟେରାମାନେ ଗାଁର ଗୋଲକ ପାଢୀଙ୍କ ଘର କବାଟ ଭାଙ୍ଗି ଘରେ ପଶିବାପରେ ଅତର୍କିତ ଭାବେ ମାରଣାସ୍ତ୍ର୍ରରେ ଆକ୍ରମଣ କରିଥିଲେ । ଲୁଟେରାଙ୍କ ଲୁହାରଡ ଓ ଭୁଜାଲି ଆକ୍ରମଣରେ ଗୋଲକ ପାଢୀ, ପତ୍ନ ଜୟନ୍ତୀ ଓ ଝିଅ ପ୍ରୀତିମୟୀ ଗୁରୁତର ହୋଇଛନ୍ତି । ଏହାସହ ଘରୁ ନଗଦ ୧ଲକ୍ଷ ୮୦ ହଜାର ଟଙ୍କା , ସୂନା ଓ ୨ଟି ମୋବାଇଲ୍ ଲୁଟିନେଇଛନ୍ତି ଲୁଟେରା ।

ତେବେ ପାଖ ପଡୋଶୀଙ୍କ ସହାୟତାର ସମସ୍ଥ ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ବାବଦରେ ଖବରପାଇ ପେଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Posts