
ଭୁବନେଶ୍ବର: ଲୁଟେରା ଙ୍କ ନଜରରେ ମୋ ବସ। ଲୁଟ୍ ହେବା ନେଇ ଖବର ସାମ୍ନାକୁ ଆସିଲା ପରେ ଆତଙ୍କ ଖେଳାଇଥିବା ଲୁଟ ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ଗ୍ୟାଙ୍ଗର ୨ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।
ଏହି ଲୁଟେରାମାନେ ଭିଡ଼ ଦେଖି ଯାତ୍ରୀଙ୍କ ଠାରୁ ମୋବାଇଲ ଓ ନଗଦ ଟଙ୍କା ମଧ୍ୟ ଲୁଟ କରି ନେଉଥିଲେ । ଗିରଫ ହୋଇଥିବା ୨ ଅପରାଧୀ ଅନେକ କେସରେ ସମ୍ପୃକ୍ତ ଥିବା ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି ।
ଗିରଫ ହୋଇଥିବା ଅପରାଧୀଙ୍କ ନିକଟରୁ ଲ୍ୟାପଟପ ସହ ନଗଦ ଟଙ୍କା ଜବତ କରିଛି ପୋଲିସ । କମିଶନରେଟ ପୋଲିସ ଏନେଇ ତଦନ୍ତ ଜାରି ରଖିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢାଉ କରି ଲୁଟ ସାମଗ୍ରୀ ଜବତ କରୁଛି ପୋଲିସ ।