
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୋ ବସରୁ କ୍ୟାନସର ରୋଗୀଙ୍କ ଠାରୁ ୧୫ ହଜାର ଟଙ୍କା ଚୋରି ଘଟଣାରେ ଆଜି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଟଙ୍କା ଫେରାଇଛି କମିଶନରେଟ ପୋଲିସ୍ । ଆନନ୍ଦ ଗୌଡ଼ ନାମକ ଜଣେ ରୋଗୀଙ୍କ ପାଖରୁ ଟଙ୍କା ଚୋରି ହୋଇଥିବା ବେଳେ ୨ ଚୋରଙ୍କ ଠାରୁ ଜବତ ହୋଇଥିବା ୫ ହଜାର ଟଙ୍କା ଫେରାଇଛି ସହିଦ ନଗର ପୋଲିସ ।
ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ କ୍ୟାନସର ଚିକିତ୍ସା କରିବା ପାଇଁ ଗଞ୍ଜାମରୁ ଆନନ୍ଦ ଭୁବନେଶ୍ୱର ଆସିଥିଲେ । ହସ୍ପିଟାଲକୁ ଯିବା ପାଇଁ ବରମୁଣ୍ଡାରୁ ସେ କଟକ ମୋ ବସରେ ଚଢିଥିଲା। ବସ ଭିତରୁ ଚୋର ତାଙ୍କ ପକେଟ୍ ମାର୍ କରି ଟଙ୍କା ଚୋରି କରିନେଇଥିଲା । ଫଳରେ କାନ୍ଦି କାନ୍ଦି ସହିଦନଗର ଥାନରେ ଏନେଇ ଏତଲା ଦେଇଥିଲେ ଆନନ୍ଦ । ଚୋରଙ୍କୁ କାବୁ କରିବା ପରେ ଜବତ ଟଙ୍କାକୁ ଆନନ୍ଦଙ୍କୁ ଆଜି ହସ୍ତାନ୍ତର କରିଛି ପୋଲିସ।