ପେଟ୍ରୋଲ ଲିଟର ପିଛା ୧ ଟଙ୍କା: ଜାଣନ୍ତୁ କୋଉଠି ମିଳୁଛି

ମୁମ୍ବାଇ: ଦେଶରେ ଲଗାତର ଭାବେ ବଢି ଚାଲିଛି ପେଟ୍ରୋଲ-ଡିଜେଲ ଦର | ବଢୁଥିବା ଦରଦାମ କୁ ନେଇ ଲୋକଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ | ଏହା ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ଦାମ୍ ଲିଟର ପିଛା ୧୦ ଟଙ୍କା ପର୍ଯ୍ୟନ୍ତ ବଢିଥିଲା । ଯାହା ଫଳରେ ସାଧାରଣ ଲୋକଙ୍କ ପକେଟ୍ ଉପରେ ବୋଝ ବଢିଥିଲା । ଏହି ସମୟରେ ପେଟ୍ରୋଲିୟମ୍ ଉତ୍ପାଦର ଦର ବୃଦ୍ଧିକୁ ବିରୋଧ କରି ଗୁରୁବାର ମହାରାଷ୍ଟ୍ର ସୋଲାପୁରର ଏକ ସ୍ଥାନୀୟ ସଂଗଠନ ୫୦ ଜଣଙ୍କୁ ପ୍ରତି ଲିଟର ଏକ ଟଙ୍କା ଦରରେ ପେଟ୍ରୋଲ ବିକ୍ରି କରିଛି ।

ଏହି ଅଫର ଅନୁସାରେ ଗ୍ରାହକଙ୍କୁ ୧ ଲିଟର ପେଟ୍ରୋଲ ମାତ୍ର ୧ ଟଙ୍କାରେ ଦିଆଯାଇଥିଲା । ଏହାପରେ ପେଟ୍ରୋଲ ପମ୍ପରେ ଭିଡ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମ ଡ. ଆମ୍ବେଦକର ଷ୍ଟୁଡେଣ୍ଟସ ଆଣ୍ଡ ୟୁଥ୍ ପ୍ୟାନ୍ଥର୍ସ ପକ୍ଷରୁ ଆୟୋଜିତ କରାଯାଇଥିଲା ।

ସଂଗଠନର ନେତା ମହେଶ ସର୍ବଗୌଡା କହିଥିଲେ ଯେ, ଦରଦାମ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପେଟ୍ରୋଲ ଦାମ୍ ୧୨୦ଟଙ୍କା ପ୍ରତି ଲିଟର ହୋଇସାରିଲାଣି । ଏଥିପାଇଁ ଲୋକଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ଏବଂ ଡ. ବାବାସାହେବ ଆମ୍ବେଦକର ଜୟନ୍ତୀ ପାଳନ କରିବାକୁ ୧ ଟଙ୍କା ଦରରେ ପେଟ୍ରୋଲ ବିକ୍ରି କରିବାର ନିଷ୍ପତ୍ତି ନେଇଥିଲୁ । ସେ ଆହୁରି ମଧ୍ୟ କହିଥିଲେ ଯେ, ଯଦି ଆମ ଭଳି ଛୋଟ ସଂଗଠନ ୫୦୦ ଲୋକଙ୍କୁ ଆଶ୍ବସ୍ତି ପ୍ରଦାନ କରିପାରୁଛି ସେବେ ସରକାରଙ୍କୁ ମଧ୍ୟ ଲୋକଙ୍କୁ ଆଶ୍ବସ୍ତି ଦେବା ଉଚିତ୍ ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରର ସୋଲାପୁରରେ ପେଟ୍ରୋଲ ୧୨୦ ଟଙ୍କା ୨୧ ପଇସା ପ୍ରତି ଲିଟର ବିକ୍ରି ହେଉଛି । ସେହିଭଳି ଡିଜେଲ ୧୦୨ଟଙ୍କା ୯୨ ପଇସା ପ୍ରତି ଲିଟର ବିକ୍ରି ହେଉଛି । ସେହିଭଳି ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଦାମ୍ ୧୨୦ଟଙ୍କା ୫୧ ପଇସା ଏବଂ ଡିଜେଲ ଦାମ୍ ୧୦୪ଟଙ୍କା ୭୭ପଇସା ପ୍ରତି ଲିଟର ବିକ୍ରି ହେଉଛି |

Related Posts