ରାଜସ୍ଥାନ ଯୋଧପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୬ ଜଣଙ୍କର ମୃତ୍ୟୁ, ୩ ଜଣ ଗୁରୁତର

ରାଜସ୍ଥାନ: ଗତକାଲି ବିଳମ୍ବିତ ରାତିରେ ରାଜସ୍ଥାନ ଯୋଧପୁରରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା | ଏକ ଟ୍ରଲର ପଛପଟେ ବୋଲେରୋ ଦ୍ରୁତଗତିରେ ଆସି ଧକ୍କା ଫଳରେ ଘଟିଛି ଭୟଙ୍କର ଦୁର୍ଘଟଣା | ଫଳରେ ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି |

ସୂଚନା ଅନୁସାରେ, ଗୁରୁବାର ରାତି ସମୟରେ ଗୋଟିଏ ପରିବାରର ଲୋକେ କୁଳଦେବୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଏକ ଟ୍ରଲର ପଛପଟେ ବୋଲେରୋ ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା । ବୋଲେରୋର ଗତେ ଏତେ ଅଧିକ ଥିଲା ଯେ, ବୋଲେରୋ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା ।

ତେବେ ଏହି ଭୟଙ୍କର ଦୁର୍ଘଟଣାରେ ଶିଶୁ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେପଟେ ଟ୍ରଲରକୁ ଜବତ କରାଯାଇଥିବା ପୋଲିସ ସୂଚନା ଦେଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତି କରାଯାଇଛି |

Related Posts