ରଥଯାତ୍ରା, ପର୍ବପର୍ବାଣି ପାଇଁ ୩୨ କୋଟି ମଞ୍ଜୁର; ନୀତିକାନ୍ତିରେ ଖର୍ଚ୍ଚ ହେବ ୨.୧୨ କୋଟି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରଥଯାତ୍ରା, ପର୍ବପର୍ବାଣି ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ୩୨ କୋଟି ଟଙ୍କା ପ୍ରଦାନ କରିଛନ୍ତି । ୨୦୨୨-୨୩ ଆର୍ଥିକ ବଜେଟ ପାଇଁ ଏହି ଅର୍ଥ ଅନୁମୋଦନ କରାଯାଇଛି । ଯେଉଁଥିରେ ରଥଯାତ୍ରା ସହ ଅନ୍ୟାନ୍ୟ ପର୍ବପର୍ବାଣୀର ନୀତିକାନ୍ତି ସହ ଅନ୍ୟାନ୍ୟ ଖର୍ଚ୍ଚ ରହିଛି । ସେପଟେ ଏହି ଅର୍ଥରୁ ୫୭ ଲକ୍ଷ ଟଙ୍କା ସେବାୟତଙ୍କୁ ପ୍ରଦାନ କରାଯିବ । ତେବେ ଭକ୍ତମାନେ ରଥରେ ନଚଢ଼ିବା ପାଇଁ ସେବାୟତଙ୍କୁ କ୍ଷତିପୂରଣ ବାବଦକୁ ଏହି ସହାୟତା ରାଶି ପ୍ରଦାନ କରାଯିବ । ଆଇନ ବିଭାଗ ଏ ସମ୍ପର୍କରେ ଏଜିଙ୍କୁ ଚିଠି ଲେଖି ଅବଗତ କରିଛି । ଅନ୍ୟପଟେ ଆଇନ ବିଭାଗ ୩୨ କୋଟି ୫ ଲକ୍ଷ ୧୨ ହଜାର ଟଙ୍କାର ଅନୁଦାନ ଶ୍ରୀମନ୍ଦିର ପ୍ରଶାସନ ଆକାଉଣ୍ଟରେ ଜମା ଦେଇଥିବା ଏଜିଙ୍କୁ ଅବଗତ କରିଛି । ଯେଉଁଥିରୁ ୫୭.୬ ଲକ୍ଷ ଟଙ୍କା ସେବାୟତଙ୍କୁୂ ପ୍ରଦାନ କରାଯିବ । ଭକ୍ତମାନେ ରଥ ନଚଢ଼ିଲେ ସେବାୟତମାନଙ୍କର ହେଉଥିବା କ୍ଷତିଭରଣା ପାଇଁ ଏହି ଟଙ୍କା ପ୍ରଦାନ କରାଯିବ । ଭକ୍ତମାନେ ରଥ ନଚଢିଲେ ସେବାୟତମାନଙ୍କର ହେଉଥିବା କ୍ଷତିଭରଣା ପାଇଁ ଏହି ଟଙ୍କା ପ୍ରଦାନ କରାଯିବ ।

୨୦୧୫ ମସିହାରୁ ରଥରେ ଭକ୍ତଙ୍କ ରଥ ଚଢ଼ିବାରେ କଟକଣା ଲଗାଯିବା ପରଠାରୁ ଏହି ସହାୟତା ରାଶି ପ୍ରଦାନ କରାଯାଇ ଆସୁଛି । ସେହିପରି ଗଜପତି ମହାରାଜଙ୍କୁ ୨ ଲକ୍ଷ ୪୦ ହଜାର ଟଙ୍କା, କୋଭାଭୋଗ ପାଇଁ ୨୨ ଲକ୍ଷ ଟଙ୍କା, ମହାପ୍ରଭୁଙ୍କ ପର୍ବପର୍ବାଣୀ ପାଇଁ ଁ୨ କୋଟି ୧୨ ଲକ୍ଷ ୯୬ ହାଜର ଟଙ୍କା, ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କ ଦରମା ବାବଦକୁ ୨୫ କୋଟି ୭୧ ଲକ୍ଷ ୭୬ ହଜାର ଟଙ୍କା, କର୍ପସ ପାଣ୍ଠି ବାବଦକୁ ୨ କୋଟି ଟଙ୍କା, ଉନ୍ନୟନ କାର୍ଯ୍ୟ ବାବଦକୁ ୨୦ ଲକ୍ଷ ଟଙ୍କା, ସେବାୟତଙ୍କ ସ୍ୱାସ୍ଥ୍ୟବୀମା ପାଇଁ ୨୦ ଲକ୍ଷ ଟଙ୍କା, ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସ୍ଥାପନ ପାଇଁ ୬ ଲକ୍ଷ ଟଙ୍କା, ସେବାୟତ ଗୃହ ଯୋଜନା ପାଇଁ ୪ ଲକ୍ଷ ଟଙ୍କା, ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୧୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ଆଇନ ବିଭାଗ ଦର୍ଶାଇଛି । କିନ୍ତୁ ଏପର୍ଯ୍ୟନ୍ତ ଏହି ଟଙ୍କା କିମ୍ବା ଏ ସମ୍ପର୍କିତ ଚିଠି ଶ୍ରୀମନ୍ଦିର ପ୍ରଶାସନ ପାଇନଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସନକ ଅଜୟ କୁମାର ଜେନା କହିଛନ୍ତି ।

Related Posts