ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ମାମଲା । ନ୍ୟାୟ ଦାବିରେ ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନ ବିଧାନସଭା ଘେରାଉ ଉଦ୍ୟମ ବେଳେ ପୋଲିସ ଉଠାଇ ନେଇଛି । ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନ ଏକାଧିକ ଯୁବକଙ୍କ ସହ ମୃତ ଛାତ୍ରୀ ରୁଚିକାଙ୍କ ମାଆ ନିଜ ଝିଅର ନ୍ୟାୟ ପାଇଁ ବିଧାନସଭା ଆଡ଼କୁ ଧସେଇ ପଶିଲା ବେଳେ ଗିରଫ କଲା କମିଶନରେଟ ପୋଲିସ ।

ତେବେ ଏହି ମୃତ୍ୟୁ ଘଟଣାକୁ ଦୀର୍ଘ ୫ ମାସ ବିତି ଯାଇଥିଲେ ମଧ୍ୟ ଆଜି ଯାଏଁ ଅଭିଯୁକ୍ତକୁ ପୁଲିସ ଗିରଫ କଲାନି ବୋଲି ରୁଚିକା ମାଆ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ଚାପରେ ଘଟଣାକୁ କମିଶନରେଟ ପୋଲିସ ଚାପିଦବାକୁ ଉଦ୍ୟମ କରୁଥିବା ରୁଚିକାଙ୍କ ମାଆ ଗଣମାଧ୍ୟମ ସାମ୍ନାରେ ଅଭିଯୋଗ କରିଛନ୍ତି ଅଭିଯୋଗ କରିଛନ୍ତି ।