ଦ୍ୱୈତନଗରୀକୁ ଗଡ଼ିବ ଜନସାଧାରଣ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର: ଟ୍ରେନ ଯାତ୍ରୀମାନଙ୍କର ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଭୁବନେଶ୍ୱର ଓ କଟକ ଦ୍ୱୈତ ନଗରୀ ସହିତ ଆଖପାଖ ଯାତ୍ରୀମାନଙ୍କ ଗମନାଗମନ ସୁବିଧା ଯୋଗାଇଦେବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଅପରାହ୍ଣ ସମୟରେ ଭୁବନେଶ୍ୱର ଓ କଟକ ମଧ୍ୟରେ ଏକ ଜନସାଧାରଣ ସ୍ପେସିଆଲ ଟ୍ରେନ ଚଳାଚଳ କରାଇବାକୁ ସ୍ଥିର କରାଯାଇଛି, ଯାହାକି ମାର୍ଚ୍ଚ ପହିଲାଠାରୁ ୩୧ ତାରିଖ ମଧ୍ୟରେ ଚଳାଚଳ କରିବ ।

୦୮୪୬୦ ଭୁବନେଶ୍ୱର-କଟକ ଜନସାଧାରଣ ସ୍ପେସିଆଲ ଟ୍ରେନ ଭୁବନେଶ୍ୱରଠାରୁ ଅପରାହ୍ଣ ୧ଘଟିକା ୩୦ମିନିଟରେ ଛାଡି ବାରଙ୍ଗ ଓ ଗୋପାଳପୁର ବାଲିକୁଦା ମାର୍ଗ ଦେଇ କଟକଠାରେ ଅପରାହ୍ଣ ୨ଘଟିକା ୩୦ମିନିଟରେ ପହଞ୍ଚିବ । ଫେରିବା ମାର୍ଗରେ ଏହି ଟ୍ରେନ କଟକଠାରୁ ଅପରାହ୍ଣ ୨ଘଟିକା ୪୦ମିନିଟରେ ଛାଡି ନିର୍ଗୁଣ୍ଡି, ଗୁରୁଡ଼ିଝାଟିଆ, ରାଧାକିଶୋରପୁର, ନରାଜ ମାର୍ଥାପୁର ମାର୍ଗ ଦେଇ ଭୁବନେଶ୍ୱରଠାରେ ଅପରାହ୍ଣ ୫ଘଟିକା ୨୦ମିନିଟରେ ପହଞ୍ଚିବ ।

ଭୁବନେଶ୍ୱର ଓ କଟକ ମଧ୍ୟରେ ଏହି ଟ୍ରେନ ବାଣୀବିହାର, ମଞ୍ଚେଶ୍ୱର, ପଟିଆ, ଭୁବନେଶ୍ୱର ନୂଆ, ବାରଙ୍ଗ, ଗୋପାଳପୁର ବାଲିକୁଦା ଓ କାଠଯୋଡ଼ି ଷ୍ଟେସନମାନଙ୍କରେ ରହଣି କରିବାକୁ ଥିବାବେଳେ ଫେରିବା ପଥରେ ଏହା କଟକ ଓ ଭୁବନେଶ୍ୱର ମଧ୍ୟରେ କେନ୍ଦ୍ରାପଡ଼ା ରୋଡ଼, ମଙ୍ଗୁଳି ଚୌଦ୍ୱାର, ନିର୍ଗୁଣ୍ଡି, ଶାଳଗାଁ, ଚାରବାଟିଆ, ବଡପଦାଗାଁ, ଗୁରୁଡ଼ିଝାଟିଆ, ମାଛପୁର, ରାଧାକିଶୋରପୁର, ଘଣ୍ଟିଖାଲ ନିଧିପୁର, ସର୍ପେଶ୍ୱର, ନରାଜ ମାର୍ଥାପୁର, ବାରଙ୍ଗ, ଭୁବନେଶ୍ୱର ନୂଆ, ପଟିଆ ମଞ୍ଚେଶ୍ୱର ଓ ବାଣୀବିହାର ଷ୍ଟେସନମାନଙ୍କରେ ରହଣି କରିବ ।

ଭୁବନେଶ୍ୱର ଓ କଟକ ମଧ୍ୟରେ ଏହି ସ୍ପେସିଆଲ ଟ୍ରେନ ଚଳାଚଳ ପାଇଁ ଏକ ମେମୁ ଟ୍ରେନକୁ ଉପଯୋଗ କରାଯିବ ଯାହାକି ଭୁବନେଶ୍ୱର ଓ କଟକ ଦ୍ୱୈତ ନଗରୀ ସହିତ ଆଖପାଖ ଯଥା ଚୌଦ୍ୱାର, ଆଠଗଡ଼, ବଡମ୍ବା, ନରସିଂହପୁର ଓ ଢେଙ୍କାନାଳ ଜିଲ୍ଲାର କିଛି ଅଞ୍ଚଳର ଯାତ୍ରୀମାନଙ୍କ ଗମନାଗମନ ପାଇଁ ସହାୟକ ହେବ । ପୂର୍ବତଟ ରେଳପଥ ଯାତ୍ରୀ ପରିବହନ ପାଇଁ ଏକ ଅତିରିକ୍ତ ଭାବନା ସହିତ ଗମନାଗମନ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଉଛି ଯେପରି ଯାତ୍ରୀ ଭିଡ଼ ସମସ୍ୟା ଦୂର ହୋଇପାରିବ ଏବଂ ଜନସଂଖ୍ୟା ବୃଦ୍ଧି ଜନିତ ଗାଡିମଟର ବୃଦ୍ଧି ଯୋଗୁଁ ଅହେତୁକ ଭିଡକୁ ଏଡାଇ ଦିଆଯାଇପାରିବ ।

Related Posts