ବିଜେପିର ମୁଖ୍ୟାଳୟରେ ବୁଲଡୋଜର ଚଲାଇଦିଅ; ଦେଶରେ ଦଙ୍ଗା ବନ୍ଦ ହୋଇଯିବ: ଆତିଶି ମାର୍ଲେନା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ଜହାଙ୍ଗୀରପୁରୀ ହିଂସା ମାମଲାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ଆଜି ଏମସିଡି ଉକ୍ତ ଅଞ୍ଚଳରେ ବେଆଇନ ନିର୍ମାଣ କାର୍ଯାନୁଷ୍ଠାନ ଗ୍ରହଣ କରିଥିଲା । ବୁଲଡୋଜର ଚଲାଯାଇଥିଲା । ଏହାର କିଛି ସମୟ ପରେ ସୁପ୍ରିମକୋର୍ଟ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ କୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଏମସିଡି କ୍ରମାଗତ ଭାବରେ ବୁଲଡୋଜର ଚଳାଇବା ଅଭିଯାନ ଜାରି କରିଥିଲେ । ଯାହାଫଳରେ ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ଆମ ଆଦମି ପାର୍ଟି ଖୋଲାଖୋଲି ଭାବରେ ବିଜେପିକୁ ବଡ଼ ବୟାନ ଦେଇଛନ୍ତି । ତେବେ ବିଜେପି ମୁଖ୍ୟାଳୟରେ ଏହି ବୁଲଡୋଜର ଚଲାନ୍ତୁ ବୋଲି ଆପ କହିଛି ।

ଏପରିକି ବିଜେପିର ବୁଲଡୋଜର ନୀତି ପାଇଁ ବିରୋଧୀ ବିଜେପିକୁ କଡ଼ା ସମାଲୋଚନା କରିବାରେ ଲାଗିଛନ୍ତି । ସେପଟେ ଆପ ନେତା ଆତିଶି ମାର୍ଲେନା କହିଛନ୍ତି, “ସାରା ଦେଶରେ ଦଙ୍ଗା ଘଟୁଛି। ଦେଶରେ ଅନେକ ସ୍ଥାନରେ ଦଙ୍ଗା ଘଟୁଛି, ଏସବୁ ଦଙ୍ଗା ବିଜେପି କରାଉଛି । ତେଣୁ ଆମେ ଗ୍ୟାରେଣ୍ଟି ଦେଉଛୁ ଯେ ଯଦି ବିଜେପିର ମୁଖ୍ୟାଳୟରେ ବୁଲଡୋଜର ଚଲାଇଲେ ସାରା ଦେଶରେ ଦଙ୍ଗା ବନ୍ଦ ହୋଇଯିବ ବୋଲି ଆପ ନେତା କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts