
ଉଗ୍ର ରୂପ ଧାରଣ କରିବାରେ ଲାଗିଛି ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ । ଋଷ ନିଜ ଜିଦ୍ ରେ ଅଟଳ ଥିବା ବେଳେ, ଆଜି ନିଜର ମାନବିକତା ହରାଇଛି । ଯୁଦ୍ଧ ଏବେ ଚରମ ସୀମାରେ ପହଞ୍ଚିଛି । ୟୁକ୍ରେନ୍ ଉପରେ ଗୋଟିଏ ପରେ ଗୋଟିଏ ଆକ୍ରମଣ କରିଚାଲିଛି ଋଷ । ତେବେ ଆଜି ଋଷ ସବୁଠାରୁ ମରାତ୍ମକ ବୋମା ପକାଇଛି ୟୁକ୍ରେନ୍ ଉପରେ ।
ସୂଚନା ଅନୁସାରେ ଆଜି ସକାଳୁ ସକାଳୁ ଋଷ ୟୁକ୍ରେନ୍ ର କିଛି ସ୍ଥାନରେ ଭ୍ୟାକୁମ୍ ବୋମା ପକାଇଛି । ଯାହା ଫଳରେ ଏବେ ସେଠାକାର ଲୋକ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରୁଛନ୍ତି ।
ଭ୍ୟାକୁମ୍ ବୋମା ସବୁଠାରୁ ମରାତ୍ମକ ଅଟେ । ଏହା ଯେଉଁ ଅଞ୍ଚଳରେ ପଡିଥାଏ ସେହି ଅଞ୍ଚଳରୁ ଅମ୍ଲଜାନ ଶୋଷି ନେଇ ପୁରା ବାୟୁମଣ୍ଡଳକୁ ଶୁଷ୍କ କରିଦେଇଥାଏ ଯାହା ଫଳରେ ସେଠାରେ ବାସ କରୁଥିବା ମଣିଷ ଓ ଜୀବ ମାନେ ଅକ୍ସିଜେନ୍ ଅଭାବରୁ ଛଟପଟ ହୋଇ ମୃତ୍ୟୁ ବରଣ କରିଥାନ୍ତି । ଯାହା ଏବେ ୟୁକ୍ରେନ୍ରେ ଦେଖାଦେଇଛି ।
ଅର୍ନ୍ତରାଷ୍ଟ୍ରୀୟ ସମୁଦାୟ ଯେଉଁ ଅସ୍ତ୍ର ବ୍ୟବହାର ଉପରେ ରୋକ ଲଗାଇଥିଲେ ସେହିଭଳି ଅସ୍ତ୍ରକୁ ଋଷ ଏବେ ୟୁକ୍ରେନ ଉପରେ ବ୍ୟବହାର କରିବାରେ ଲାଗିଥିବା ନେଇ ଏମ୍ନେଷ୍ଟି ଇଣ୍ଟରନ୍ୟାସନାଲ ଓ ହ୍ୟୁମାନ ରାଇଟ୍ସ ୱଚ୍ ପକ୍ଷରୁ କୁହାଯାଇଛି । ଯାହାକୁ ନେଇ ପୁରା ବିଶ୍ୱ ଏବେ ଚିନ୍ତାରେ ପଡିଯାଇଛି ।
ୟୁକ୍ରେନ୍ ର ଅଭିଯୋଗ ଅନୂଯାଇ ଏବେ ଋଷ ୟୁକ୍ରେନ୍ ଉପରେ ଭ୍ୟକ୍ୟୁମ୍ ବୋମା ପକାଇଚାଲିଛି । ତେବେ କଣ ଏହି ଭ୍ୟାକ୍ୟୁମ୍ ବୋମା । କାହିଁକି ଏହାକୁ ନେଇ ଏତେ ଚିନ୍ତା! ଏମିତି କିଛି ପ୍ରଶ୍ନ ଏବେ ସାଧରଣ ମହଲରେ ଉଙ୍କି ମାରୁଛି ।
ସୂଚନା ଅନୂଯାଇ ଭ୍ୟାକ୍ୟୁମ ବୋମା ଉପରେ ଅନ୍ତରାଷ୍ଟ୍ରୀୟ ସମୁଦାୟ ମଧ୍ୟ ପ୍ରତିବନ୍ଧକ ଲଗାଇଛି । ଏହାର ବ୍ୟବହାର ମଣିଷ ସମାଜ ଏତେ କ୍ଷତିକାରକ ଯେ ଏହାକୁ ତିଆରି କରିବା ଉପରେ ମଧ୍ୟ କଟକଣା ରହିଛି ।
ଭ୍ୟାକ୍ୟୁମ୍ ବୋମା:
ଭ୍ୟାକ୍ୟୁମ୍ ବୋମା କୁ ଥର୍ମୋବାରିକ୍ ଅସ୍ତ୍ର ମଧ୍ୟ କୁହାଯାଏ । ଏହା ବିସ୍ଫୋରଣ ଘଟିବା ପରେ ହଠାତ୍ ବାୟୁମଣ୍ଡଳ ଶୁଷ୍କ ହେବା ସହିତ ତାପମାତ୍ରା ବୃଦ୍ଧି ପାଇଥାଏ ।
ଏକ ଭ୍ୟାକ୍ୟୁମ୍ ବମ୍, କିମ୍ବା ଥର୍ମୋବାରିକ୍ ଅସ୍ତ୍ର, ଏକ ଉଚ୍ଚ ତାପମାତ୍ରା ବିସ୍ଫୋରଣ ସୃଷ୍ଟି କରିବା ପାଇଁ ଆଖପାଖ ବାୟୁରୁ ଅମ୍ଳଜାନରେ ଶୋଷିଥାଏ, ଏକ ସାଧାରଣ ବିସ୍ଫୋରକ ଅପେକ୍ଷା ଏକ ଭ୍ୟାକ୍ୟୁମ୍ ବୋମା ଦୁଇଗୁଣା ସମୟର ବିସ୍ଫୋରଣ ତରଙ୍ଗ ସୃଷ୍ଟି କରିଥାଏ ଏବଂ ମାନବ ଶରୀରକୁ ବାଷ୍ପୀଭୂତ କରିବାରେ ସକ୍ଷମ ହୋଇଥାଏ ।
ଏହା ଏକ ଦୁଇ ପର୍ଯ୍ୟାୟ ମୁନିସନ୍ ଅଟେ ଯାହା ପ୍ରଥମ ଚାର୍ଜ ସହିତ କାର୍ବନ ଭିତ୍ତିକ ଇନ୍ଧନରୁ କ୍ଷୁଦ୍ର ଧାତୁ କଣିକା ପର୍ଯ୍ୟନ୍ତ ଅତି ସୂକ୍ଷ୍ମ ପଦାର୍ଥରେ ନିର୍ମିତ ଏରୋସୋଲ୍ ବାୟୁ ମଣ୍ଡଳରେ ଛାଡିଥାଏ ଯାହା ଫଳରେ ଏରୋସୋଲ ମେଘ ସୃଷ୍ଟି ହୋଇଥାଏ ।
ଏହାପରେ ଏହାର ଦ୍ୱିତୀୟ ଚାର୍ଜ ସେହି ମେଘକୁ ଏକ ଶକ୍ତ ତରଙ୍ଗ ସୃଷ୍ଟି କରି ଅମ୍ଳଜାନ ଶୋଷି ନେଇଥାଏ । ଯାହା ଫଳରେ ଅମ୍ଲଜାନର ଅଭାବ ଯୋଗୁଁ ମଣିଷ ଓ ଅନ୍ୟ ଜୀବ ଜନ୍ତୁ ମାନେ ମୃତ୍ୟୁ ବରଣ କରିଥାନ୍ତି ।