ଋଷ ଉପରେ ହଲିଉଡ୍ ର ପ୍ରତିବନ୍ଧକ: ରିଲିଜ୍ ହେବନି “ଦି ବ୍ୟାଟ୍ସମ୍ୟାନ୍‌”

ଋଷ ର ୟୁକ୍ରେନ ଉପରେ ଲଗାତାର ଆକ୍ରମଣ ଓ ଯୁଦ୍ଧ କୁ ନେଇ ଅନେକ ଦେଶ ଋଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛନ୍ତି। ଏହାରି ମଧ୍ୟରେ ଆମେରିକା ଅର୍ଥନନୈତିକ ବ୍ୟାପାର ଉପରେ ପ୍ରତିବନ୍ଧକ ଲଗାଇଥିବା ଏବେ ହଲିଉଡ୍ ମଧ୍ୟ ଋଷ ଉପରେ ଆକ୍ସନ ନେଇଛି।

ସୂଚନା ଅନୂଯାଇ ଆଜି ୱାର୍ଣ୍ଣର ବ୍ରୋସ୍ ଘୋଷଣା କରିଛନ୍ତି ଯେ ରୋବର୍ଟ ପାଟିନ୍ସନ୍‌-ଷ୍ଟାରର୍ “ଦି ବ୍ୟାଟ୍ସମ୍ୟାନ୍‌” ଋଷରେ ରିଲିଜ୍ ହେବ ନାହିଁ । ଆସନ୍ତା ମାର୍ଚ୍ଚ ୪ରେ ବହୁ ପ୍ରତିକ୍ଷିତ ମୁଭି ‘ଦ ବ୍ୟାଟ୍ସମ୍ୟାନ୍‌’ ଋଷରେ ଡିସି ଆଡାପ୍େଟସନ୍ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଥିଲା । ମାତ୍ର ୟୁକ୍ରେନରେ ହୋଇଥିବା ମାନବିକ ସଙ୍କଟକୁ ଦୃଷ୍ଟିରେ ରଖି ୱାର୍ଣ୍ଣର ମିଡିଆ ଏହାର ଫିଚର ଫିଲ୍ମ “ଦି ବ୍ୟାଟମ୍ୟାନ୍‌” ଋଷରେ ରିଲିଜକୁ ବନ୍ଦ କରିଛନ୍ତି ବୋଲି ୱାର୍ଣ୍ଣର ମିଡିଆ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ପରେ ସୋନି ପିକ୍‌ଚର ମଧ୍ୟ ଏହାର ନୂଆ ଭେନ୍‌ଚର ‘ମୋରବିୟସ୍‌’ କୁ ଋଷରେ ରିଲିଜ୍ କରିବା ପାଇଁ ମନା କରିଦେଇଛି ।

ଆଜି ଋଷ ସବୁଠାରୁ ମରାତ୍ମକ ବୋମା ପକାଇଛି ୟୁକ୍ରେନ୍ ଉପରେ । ସକାଳୁ ସକାଳୁ ଋଷ ୟୁକ୍ରେନ୍ ର କିଛି ସ୍ଥାନରେ ଭ୍ୟାକୁମ୍ ବୋମା ପକାଇଛି । ଯାହା ଫଳରେ ଏବେ ସେଠାକାର ଲୋକ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରୁଛନ୍ତି ।

ଭ୍ୟାକୁମ୍ ବୋମା ସବୁଠାରୁ ମରାତ୍ମକ ଅଟେ । ଏହା ଯେଉଁ ଅଞ୍ଚଳରେ ପଡିଥାଏ ସେହି ଅଞ୍ଚଳରୁ ଅମ୍ଲଜାନ ଶୋଷି ନେଇ ପୁରା ବାୟୁମଣ୍ଡଳକୁ ଶୁଷ୍କ କରିଦେଇଥାଏ ଯାହା ଫଳରେ ସେଠାରେ ବାସ କରୁଥିବା ମଣିଷ ଓ ଜୀବ ମାନେ ଅକ୍ସିଜେନ୍ ଅଭାବରୁ ଛଟପଟ ହୋଇ ମୃତ୍ୟୁ ବରଣ କରିଥାନ୍ତି । ଯାହା ଏବେ ୟୁକ୍ରେନ୍‌ରେ ଦେଖାଦେଇଛି ।

Related Posts