ପୂର୍ବ ଅପେକ୍ଷା ଅଧିକ ଘାତକ ହୋଇଛି ରୁଷ: ରାତି ତମାମ ୧୨ ଶହ ସ୍ଥାନରେ କଲା ମିସାଇଲ୍, ତୋପ, ଏୟାର ଷ୍ଟ୍ରାଇକ୍

କିଭ : ଫେବୃଆରୀ ୨୪ ରୁ ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଜାରି ରହିଛି । ରୁଷ ୟୁକ୍ରେନ ର ଗୋଟିଏ ପରେ ଗୋଟିଏ ସହରକୁ କବ୍ଜା କରିବା ଶହ ନରସଂହାର ଓ ଦ୍ୱନ୍ସ ବିଦ୍ଵନ୍ସ ରଚିବାରେ ଲାଗିଛି | ଅନେକ କଟକଣା ପରେ ବି ରୁଷ ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛି | ଫଳରେ ଯୁଦ୍ଧ ଥମିବାର ନାଁ ଧାରିଣୀ |

ସେପଟେ ପୂର୍ବ ଅପେକ୍ଷା ଅଧିକ ଘାତକ ହୋଇଛି ରୁଷ । ରାଜଧାନୀ କିଭ୍ କୁ ଫୋକସ୍ କମାଇ ସିଧା ପୂର୍ବାଞ୍ଚଳକୁ କରିଛି ଟାର୍ଗେଟ । ଡୋନବାସ୍ ଉପରେ ଜୋରଦାର ହୋଇଛି ହମ୍ ଲା । ରାତି ତମାମ ୧୨ ଶହ ସ୍ଥାନରେ ମିସାଇଲ୍ , ତୋପ, ଏୟାର ଷ୍ଟ୍ରାଇକ୍ କରିଛି ରୁଷ ସେନା ।

ବନ୍ଦରର ସହର ମାରିୟୁପୋଲ ନିୟନ୍ତ୍ରଣକୁ ନେବା ପାଇଁ ଲଗାତାର ବୋମାମାଡ଼ କରିଛି ରୁଷ ସେନା । ଏଠାରେ ୧ ଲକ୍ଷରୁ ଅଧିକ ଲୋକ ଫସି ରହିଥିବା ଯୋଗୁ ଅନେକ ଲୋକ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ୟୁକ୍ରେନ୍ ତରଫରୁ କୁହାଯାଇଛି ଯେ, ଇରପିନରେ ରୁଷିଆ ଆକ୍ରମଣରେ ୨୬୯ ଜଣଙ୍କର ମୃତ୍ୟୁ ହୋଇଛି । ଲଭୀଭରେ ରୁଷୀୟ ସେନାର ମିସାଇଲ ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ହୋଇଛି ।

ଋଷିଆ ତରଫରୁ ତୀବ୍ର କରାଯାଇଥିବା ଏହି ଆକ୍ରମଣ ପରେ ୟୁକ୍ରେନରେ ଏୟାର ରେଡ ଆଲର୍ଟ କରାଯାଇଛି । ୟୁକ୍ରେନ୍ ର ରାଷ୍ଟ୍ରପତି ଜେଲେନ୍ ସ୍କି କହିଛନ୍ତି ରୁଷିଆ ସୈନିକ ଡନବାସ ପାଇଁ ଲଢ଼େଇ ଆରମ୍ଭ କରିଦେଇଛନ୍ତି । ଏଥି ସହିତ ସେ କହିଛନ୍ତି ଯେ, ରୁଷିଆ ଯେତେ ପରିମାଣରେ ସୈନିକ ମୁତୟନ କରୁ ପଛେ, ଆମେ ୟୁକ୍ରେନବାସୀଙ୍କୁ ସୁରକ୍ଷା ଦେବୁ । ଆମେ ଲଢ଼ିବୁ |

Related Posts