ନୂଆଦିଲ୍ଲୀ : ୟୁପିଏସ୍ ସି ଟପ୍ପର ଆଇଏଏସ୍ ଟିନା ଡାବିନ୍କ ହାତରେ ଦ୍ବିତୀୟ ଥର ପାଇଁ ଲାଗିବ ମେହେନ୍ଦି | ଦ୍ଵିତୀୟ ଥର ପାଇଁ ବଧୂ ବେଶରେ ସଜେଇ ହେବେ ୟୁପିଏସ୍ ସି ଟପ୍ପର ଆଇଏଏସ୍ ଟିନା ଡାବି | ୨୦୧୫ ରାଜସ୍ଥାନ କ୍ୟାଡରର ଅଧିକାରୀ ଟିନା ୨୦୧୩ ବ୍ୟାଚ୍ ର ଆଇଏଏସ୍ ପ୍ରଦୀପ ଗୱାଣ୍ଡେଙ୍କୁ ବିବାହ କରିବେ । ଏଥିପାଇଁ ଜୟପୁରର ଏକ ପଞ୍ଚତାରକା ହୋଟେଲରେ ପୂରା ସମାରୋହର ଆୟୋଜନ କରାଯାଇଛି । ଅତିଥିମାନଙ୍କର ଏକ ବଡ଼ ତାଲିକା ରଖାଯାଇଛି ।
ଏପ୍ରିଲ ୨୨ ତାରିଖରେ ଏକ ଭବ୍ୟ ଭୋଜିଭାତର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଟିନା ଡାବୀ ଏହା ପୂର୍ବରୁ ୨୦୧୮ ମସିହାରେ ଆଇଏଏସ୍ ଅତହର ଖାନଙ୍କୁ ବିବାହ କରିଥିଲେ । ୨ ବର୍ଷ ପରେ ୨୦୨୦ରେ ସେ ନିଜ ନିଜ ଭିତରେ ବୁଝାମଣା କରି ତଲାକ ନେଇଥିଲେ । ପୂର୍ବରୁ ଟିନା ଡାବି ନିଜର ଭାବିସ୍ୱାମୀ ପ୍ରଦୀପ ଗୱାଣ୍ଡେଙ୍କ ସହ ଇନ୍ ଷ୍ଟାଗ୍ରାମରେ ଫଟୋ ସେୟାର କରିଥିଲେ ଯେ, ସେହି ମୁସ୍କାନ ପିନ୍ଧୁଛି, ଯାହା ତୁମେ ଦେଇଥିଲ ।
ଗୱାଣ୍ଡେଙ୍କଙ୍କ ମଧ୍ୟ ଏହା ହେଉଛି ଦ୍ୱିତୀୟ ବିବାହ । ଆଇଏଏସ ହେବା ପୂର୍ବରୁ ସେ ଡାକ୍ତର ଥିଲେ । ଅତହର ଖାନ ୨୦୧୬ରେ ୟୁପିଏସ୍ ସି ପରୀକ୍ଷାରେ ଦ୍ୱିତୀୟ ଟପ୍ପର ଥିଲେ । ଟିନା ବର୍ତ୍ତମାନ ରାଜସ୍ଥାନ ସରକାରଙ୍କ ଅର୍ଥ ବିଭାଗଗରେ ଯୁଗ୍ମ ନିର୍ଦ୍ଦେଶକ ଥିବା ବେଳେ ତାଙ୍କ ଭାବି ସ୍ୱାମୀ ପ୍ରଦୀପ ଗାୱାଣ୍ଡେ ଐତିହ୍ୟ ଏବଂ ସଂଗ୍ରହାଳୟର ନିର୍ଦ୍ଦେଶକ ଅଛନ୍ତି। କୋଭିଡ୍ ପାନଡେମିକ ସମୟରେ ଦୁହିଙ୍କୁ ପରିବହନ ସମ୍ପର୍କିତ ଦାୟିତ୍ୱ ମିଳିଥିବା ସମ୍ପର୍କ ଯୋଡ଼ି ହୋଇଥିଲା। ପରେ ଉଭଙ୍କ ମଧ୍ୟରେ ପ୍ରେମ ହୋଇଯାଥିଲା। ଟିନା କହିଛନ୍ତି ଯେ, ପାନଡେମିକ ସମୟରେ ଆମ ଦୁହିଙ୍କ ମଧ୍ୟରେ ଭେଟ ହୋଇଥିଲା । ପରେ ପ୍ରଦୀପ ଗାୱାଣ୍ଡେ ତାଙ୍କୁ ପ୍ରେମ ପ୍ରସ୍ତାବ ଦେଇଥିଲେ ।
୨୯ ବର୍ଷୀୟ ଟିନା ଡାବିଙ୍କ ଏହା ଦ୍ୱିତୀୟ ବିବାହ ହୋଇଥିବା ବେଳେ ୩୯ ବର୍ଷୀୟ ପ୍ରଦୀପଙ୍କ ପ୍ରଥମ ବିବାହ। ଅନୁସୂଚିତ ଜାତି ବର୍ଗରୁ ଟିନା ହେଉଛନ୍ତି ପ୍ରଥମ ଆଇଏଏସ ଟପ୍ପର। ଟିନା ୨୦୧୮ରେ ଆଇଏଏସ୍ ଅତହର ଖାନଙ୍କୁ ବିବାହ କରିଥିଲେ । ପରେ ମାତ୍ର ୨ବର୍ଷ ଅର୍ଥାତ୍ ୨୦୨୧ରେ ସେମାନଙ୍କ ମଧ୍ୟରେ ବିବାହ ସମ୍ପର୍କ ଭାଙ୍ଗି ଛାଡ଼ପତ୍ର ହୋଇଥିଲା। ହେଲେ ଆଜି ପୁଣି ଥରେ ଟିନା ଆଇଏଏସ୍ ପ୍ରଦୀପଙ୍କୁ ବିବାହ କରୁଛନ୍ତି ।