ଜିରକନ ହାଇପରସୋନିକ କ୍ଷେପଣାସ୍ତ୍ରର ପରୀକ୍ଷଣ କଲା ରୁଷ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜିରକନ ହାଇପରସୋନିକ କ୍ଷେପଣାସ୍ତ୍ରର ପରୀକ୍ଷଣ କଲା ରୁଷ । ନିକଟରେ ରୁଷ ପକ୍ଷରୁ ଜିରକନ ( ଏହାକୁ ସିରକନ ମଧ୍ୟ କୁହାଯାଉଛି ) ହାଇପରସୋନିକ୍ ମିସାଇଲର ପରୀକ୍ଷଣ କରାଯାଇଛି । ଏହି ମିସାଇଲକୁ ବ୍ୟାରେଣ୍ଟସ ସାଗରରୁ ନିକ୍ଷେପ କରାଯାଇଥିଲା ଓ ଏହା ୧୦୦୦ କିଲୋମିଟର ଦୂରରେ ଥିବା ଶ୍ବେତ ସାଗରରେ ଥିବା ଏକ ଟାର୍ଗେଟକୁ ମାଡ଼ କରିଥିଲା । ଏ ସମ୍ପର୍କରେ ରୁଷ ମିଲିଟାରୀ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି ।

ଏହି ପରୀକ୍ଷଣ ସମ୍ପର୍କରେ ରୁଷ ରାଷ୍ଟ୍ରପତି ପୁଟିନ କହିଛନ୍ତି ଏହା ରୁଷର ନୂଆ ପୀଢିର ଅସ୍ତ୍ରଶସ୍ତ୍ର ମଧ୍ୟରୁ ଅନ୍ୟତମ । କ୍ରୁଜ କ୍ଷେପଣାସ୍ତ୍ର ଶବ୍ଦର ୫ଗୁଣ ବେଗରେ ଗଲେ ତାହାକୁ ହାଇପରସୋନିକ କ୍ଷେପଣାସ୍ତ୍ର ବୋଲି କୁହାଯାଏ । ହାଇପରସୋନିକ କ୍ଷେପଣାସ୍ତ୍ରଗୁଡ଼ିକ ଶବ୍ଦ ବେଗର ପାଞ୍ଚଗୁଣ ବେଗରେ ଗତି କରୁଥିବାରୁ ଏଗୁଡ଼ିକୁ ଏହାକୁ ବିଶ୍ବର ଅତ୍ୟାଧୁନିକ ମିସାଇଲ ଡିଫେନ୍ସ ସିଷ୍ଟମଗୁଡ଼ିକ ମଧ୍ୟ ଅଟକାଇପାରନ୍ତି ନାହିଁ । ରୁଷ ପାଖରେ କିଞ୍ଜେଲ ଓ ଜିରକନ ନାମକ ଦୁଇଟି ହାଇପରସୋନିକ କ୍ଷେପଣାସ୍ତ୍ର ରହିଛି ।

Related Posts