ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ ): ୟୁକ୍ରେନ୍‌ ଉପରେ ହାଇପରସୋନିକ୍‌ ମିସାଇଲ ଆଟାକ କରିବାର ଧମକ ଦେଲା ରୁଷ । ପୂର୍ବରୁ ସାମରିକ ଅଞ୍ଚଳକୁ ଟାର୍ଗେଟ କରୁଥିବା ରୁଷ ଏବେ ବେସାମରିକ ଅଞ୍ଚଳକୁ ନିଶାନା କରୁଛି । ଖାଲି ସେତିକି ନୁହଁ ଆଗକୁ ଭୟଙ୍କର ମିସାଇଲ ମାଡ଼ କରିବା ନେଇ ଧମକ ଦେଇଛି । ସେହିପରି ୟୁକ୍ରେନ୍‌ ଅଣ୍ଡରଗ୍ରାଉଣ୍ଡରେ ଥିବା ବିଶାଳ ପରିମାଣର ମିସାଇଲ ନଷ୍ଠ କରିଦେଇଛି। ଏଥିସହ ୟୁକ୍ରେନ୍‌ ଉପରେ ହାଇପରସୋନିକ ଭଳି ଭୟଙ୍କର ମିସାଇଲ ପ୍ରୟୋଗ କରିବ ବୋଲି ଚେତାବନୀ ଦେଇଛି।

ଅନ୍ୟପକ୍ଷରେ ଯୁଦ୍ଧରେ ଏଯାଏଁ ୧୧୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ କହିଛି। ଯୁଦ୍ଧ ଯୋଗୁ ୟୁକ୍ରେନରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଦରଦାମ ହୁହୁ ହୋଇ ବଢ଼ୁଥିବା ବେଳେ ଖାଦ୍ୟ ସଙ୍କଟ ଉପୁଜିଛି। ଯୁଦ୍ଧଗ୍ରସ୍ତ ଅଞ୍ଚଳକୁ ଖାଦ୍ୟ , ତେଲ ରପ୍ତାନୀ ହୋଇପାରୁନି।ୟୁକ୍ରେନ୍‌ରେ କ୍ଷୁଧା ଏବଂ ଦୁର୍ଭିକ୍ଷ ପରିସ୍ଥିତି ଉପୁଜିବା ନେଇ ଜାତିସଂଘ ଆଶଙ୍କା କରିଛି। ପ୍ରାୟ ୪୦ ଲକ୍ଷ ଲୋକେ ଦାରିଦ୍ର୍ୟରେ ସମ୍ମୁ‌ଖୀନ ହୋଇଛନ୍ତି।