ଋଷିଆର ସମସ୍ତ ସମ୍ପତ୍ତି ଜବତ କରିବ ୟୁକ୍ରେନ: ୟୁ୍କ୍ରେନ ସଂସଦରେ ଆଇନ ପାରିତ

୧୬ ଦିନରେ ପହଁଚିଛି ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ | ଯୁଦ୍ଧ ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଥିବା ବେଳେ, ରୁଷ ସେନା ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରିଚାଳଛନ୍ତି | ଯାହାର କଡା ମୁକାବିଲା କରୁଛନ୍ତି ୟୁକ୍ରେନ ସେନା | ଫଳରେ ଉଭୟଙ୍କ ମଧ୍ୟରେ ଜାରି ରହିଛି ଯୁଦ୍ଧ | ରୁଷ ସେନା ୟୁକ୍ରେନ ର ନରସଂହାର କରୁଥିବା ବେଳେ, ଯାହାକୁ ନିନ୍ଦା କରିଛନ୍ତି ଅନେକ ଦେଶ | ଏପରି ଯୁଦ୍ଧ ବନ୍ଦ କରିବାକୁ ସାରା ବିଶ୍ବ ସମୁଦାୟ ଜାରି ରଖିଛନ୍ତି ଉଦ୍ୟମ । ଏଥିସହ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଋଷ ପକ୍ଷରୁ ବ୍ୟବସାୟିକ ଓ ଆର୍ଥିକ ଅଙ୍କୁଶ ଲଗାଯାଇଛି । ଅପରପକ୍ଷରେ ଋଷକୁ ମାତ୍‌ ଦେବା ଲାଗି ୟୁ୍କ୍ରେନ ନେଇଛି ଶକ୍ତ ପଦକ୍ଷେପ । ତେବେ ୟୁକ୍ରେନରେ ଥିବା ଋଷିଆର ସମ୍ପତ୍ତି ଜବତ କରିବାକୁ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ସାଇନ୍‌ କରିଛନ୍ତି ।

ଏହା ୟୁକ୍ରେନରେ ଥିବା ଋଷର ଫେଡେରେସନ୍ କିମ୍ବା ଏହାର ବାସିନ୍ଦାଙ୍କୁ କୌଣସି କ୍ଷତିପୂରଣ ବିନା ସମ୍ପତ୍ତି ଜବତ କରିବାକୁ ୟୁକ୍ରେନକୁ ଅନୁମତି ଦେଇଥାଏ ଅନ୍ୟପଟେ ମାର୍ଚ୍ଚ 3ରେ ୟୁ୍କ୍ରେନ ସଂସଦରେ ଏହି ଆଇନକୁ ପାରିତ କରାଯାଇଥିଲା । ଗୁରୁବାର ଏନେଇ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି । ଏଥିସହ ସେହି ଦିନ ୟୁକ୍ରେନର ଦି କିଭ୍‌କୁ ସ୍ବାଧୀନ ଭାବେ ଘୋଷଣା କରାଯାଇଥିଲା |

Related Posts