ଏମ୍ସ ହସ୍ପିଟାଲରେ ଖୋଲିବ କିଡନୀ ପ୍ରତିରୋପଣ କେନ୍ଦ୍ର

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଖୋଲିବ କିଡନୀ ପ୍ରତିରୋପଣ କେନ୍ଦ୍ର । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ, ଗତ ଜୁଲାଇ ମାସରେ ଖୋଲିବା ନେଇ ଧାର୍ଯ୍ୟ କରାଯାଇଛି | ବିଶ୍ୱ କିଡନୀ ଦିବସ ଅବସରରେ ଏନେଇ ସୂଚନା ଦେଇଛନ୍ତି । ଏହି କେନ୍ଦ୍ର ପ୍ରତିଷ୍ଠା ହେଲେ ଓଡିଶା ସମେତ ପଡୋଶୀ ଛତିଶଗଡ, ପଶ୍ଚିମବଙ୍ଗ, ଝାଡଖଣ୍ଡର ବହୁ ରୋଗୀ ଉପକୃତ ହେବେ ।

କିଛି ମାସ ତଳେ ଏସିବି ମେଡିକାଲର ଏକ ବିଶେଷଜ୍ଞ ଟିମ୍ ଆସି ଭିତିଭୂମିକୁ ନେଇ ସନ୍ତୋଷ ପ୍ରକାଶ କରିଥିବା ବେଳେ ପ୍ରସ୍ତୁତି ଆରମ୍ଭ ହୋଇଥିଲା | ମାତ୍ର ଏମ୍ସ ପାଖରେ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ନଥିବାରୁ ଡିଏମଇଟି କିଡନୀ ପ୍ରତିରୋପଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଅନୁମତି ଦେଇନଥିଲା । ଏବେ ଏମ୍ସକୁ ଅଗ୍ନିସୁରକ୍ଷା ପ୍ରମାଣପତ୍ର ମିଳିବା ପରେ ପ୍ରତିରୋପଣ କେନ୍ଦ୍ର ଖୋଲିବାର ବାଟ ଫିଟିଛି । ଫଳରେ ଆସନ୍ତା ଜୁଲାଇ ମାସ ସୁଦ୍ଧା କାମ ଶେଷ ହୋଇ କିଡନୀ ପ୍ରତିରୋପଣ କେନ୍ଦ୍ର ଖୋଲାଯିବ |

Related Posts