ଋଷ ଏବଂ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ଆଜିକୁ ୧୩ ଦିନରେ ପହଁଞ୍ଚିଛି | ରୁଷ ସେନା ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛନ୍ତି | ଯାହାର କଡା ଜବାବ ଦେଉଛନ୍ତି ୟୁକ୍ରେନ ସେନା | ତେବେ ରୁଷର ଆକ୍ରମଣରେ ବେହାଲ ହୋଇପଡିଲାଣି ୟୁକ୍ରେନ | ମାତ୍ର ନିଜ ଜିଦ ଆଗରେ ଅଟଳ ରହିଛି ୟୁକ୍ରେନ | ଏପଟେ ଲଗାରିଥିବା ଯୁଦ୍ଧକୁ ତାଲିବା ପାଇଁ ଅନେକ ଦେଶ ପ୍ରୟାସ କରୁଥିବା ବେଳେ, ସବୁ ଫେଲ ମାରିଛି | ଏପରିକି ରୁଷ ଓ ୟୁକ୍ରେନ ମଧ୍ୟରେ ବସିଥିବା ତୃତୀୟ ପର୍ଯ୍ୟାୟ ବୈଠକ ବି ଫେଲ ମାରିଛି | ଗତକାଲି ତୃତୀୟ ପର୍ଯ୍ୟାୟ ପାଖାପାଖି ୩ ଘଂଟା ଧରି ଚାଲିଥିଲା । ହେଲେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଏହାରି ଭିତରେ ମାର୍ଚ୍ଚ ୧୦ରେ ତୁର୍କୀରେ ବୈଠକ ବସିବ ବୋଲି ଜଣାପଡିଛି ।

ଏହି ବୈଠକରେ ଋଷ ଏବଂ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ଜଣାପଡିଛି । ତୁର୍କୀର ବୈଦେଶିକ ମନ୍ତ୍ରୀ ମେବଲୁତ କାବୁସୋଗ୍ଲ ଏହି ସୂଚନା ଦେଇଛନ୍ତି । ଏହି ବୈଠକ ତୁର୍କିର ଅନ୍ତାଲ୍ୟାରେ ବସିବ ବୋଲି ଜଣାପଡିଛି । ରିପୋର୍ଟ ମୁତାବିକ୍ ଋଷ ଏବଂ ୟୁକ୍ରେନ ଉପରେ ଆକ୍ରମଣ ପରେ ପ୍ରଥମ ଥର ପାଇଁ ଦୁଇ ଦେଶର ନେତାଙ୍କୁ ଏକାଠି କରି ଅନ୍ୟ ଏକ ଦେଶ ବୈଠକ କରିବାକୁ ଯାଉଛି ।

ଅନ୍ୟପଟେ ଯୁଦ୍ଧ ବନ୍ଦ କରିବା ନେଇ ରୁଷ ପାଖରୁ ୪ଟି ସର୍ତ ରଖାଯାଇଛି | ଯଦି ୟୁକ୍ରେନ ସେ ସବୁ ସର୍ତ କୁ ମାନିନିଏ ତେବେ ଯୁଦ୍ଧ ବନ୍ଦ ହେବ ବୋଲି କହିଛନ୍ତି ରୁଷ ରାଷ୍ଟ୍ରପତି |