ଋଷ ଓ ୟୁକ୍ରେନ ଯୁଦ୍ଧ: ପ୍ରାୟ ୯୦୦୦ ସେନା କର୍ମଚାରୀଙ୍କ ମୃତ୍ୟୁ: ୟୁକ୍ରେନ୍ ସେନାମୁଖ୍ୟ

କିବ୍ : ଗତ ଫେବ୍ରୁଆରି ୨୪ରୁ ଋଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏଯାବତ୍ ଚାଲୁ ରହିଛି । ଋଷ ସେନାଙ୍କ ଆକ୍ରମଣର ମୁହଁ ତୋଡ ଜବାବ୍ ଦେଇଚାଲିଛନ୍ତି ୟୁକ୍ରେନ ସେନା । ଫଳରେ ଋଷ ଓ ୟୁକ୍ରେନ ଅନେକ ସେନା ଯୁଦ୍ଧ କ୍ଷେତ୍ରରେ ସହିଦ ହୋଇଛନ୍ତି ।

ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ୟୁକ୍ରେନ୍‌ର ପ୍ରାୟ ୯୦୦୦ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇସାରିଲାଣି ବୋଲି ୟୁକ୍ରେନ୍ ସେନାମୁଖ୍ୟ ସୋମବାର କହିଛନ୍ତି। ପ୍ରଥମ ଥର ପାଇଁ ୟୁକ୍ରେନ୍ ସେନାମୁଖ୍ୟ ଜେନେରାଲ ଭାଲେରୀ ଜାଲୁଝନି ଏଭଳି ତଥ୍ୟ ପ୍ରଦାନ କରିଛନ୍ତି।

ବରିଷ୍ଠ ସେନାଧିକାରୀ ଓ ଯୁଦ୍ଧରେ ନିହତ ସୈନିକ ବା ସେନାଧିକାରୀଙ୍କ ପରିବାରକୁ ସମ୍ମାନିତ କରିବା ପାଇଁ ଆୟୋଜିତ ସମ୍ମିଳନୀରେ ଦେଶ ପାଇଁ ଲଢ଼ି ସହିଦ ହୋଇଥିବା ବୀରମାନଙ୍କ ପିଲାମାନଙ୍କୁ ସୁରକ୍ଷା ଦିଆଯିବା ଉପରେ ସେନାମୁଖ୍ୟ ଜାଲୁଝନି ଗୁରୁତ୍ବ ଦେଇଥିଲେ।

Related Posts