୨୪ ଅଗଷ୍ଟରେ ହରିୟାଣା ଏବଂ ପଞ୍ଜାବ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ୨୪ ଅଗଷ୍ଟ ୨୦୨୨ରେ ହରିୟାଣା ଏବଂ ପଞ୍ଜାବ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେହିଦିନ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉଦ୍‌ଘାଟନ କରିବେ । ଏନେଇ କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ଣ ପ୍ରାୟ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ହରିୟାଣାର ଫରିଦାବାଦଠାରେ ଅମୃତା ହସ୍ପିଟାଲର ଉଦ୍‌ଘାଟନ କରିବେ। ଏହାପରେ ସେ ମୋହାଲି ଯାତ୍ରା କରିବେ ଏବଂ ଅପରାହ୍ଣ ପ୍ରାୟ ୨ଟା ୧୫ରେ ମୁଲାନପୁର, ନୂଆ ଚଣ୍ଡୀଗଡ଼, ସାହିବଜାଦା, ଅଜିତ ସିଂହ ନଗର ଜିଲ୍ଲା (ମୋହାଲି)ଠାରେ ହୋମି ଭାବା କର୍କଟ ଡାକ୍ତରଖାନା ଏବଂ ଗବେଷଣା କେନ୍ଦ୍ରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।

ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ଭାବେ ଗ୍ରହଣ କରାଯାଇଛି ।

Related Posts